ଓଡିଶା

odisha

ETV Bharat / bharat

ଦିଦିଙ୍କୁ ଭଗବାନ ସଦୃଶ କହି ଅଡୁଆରେ ବେଙ୍ଗଲ ମନ୍ତ୍ରୀ - ଦିଦି ଭଗବାନ ସଦୃଶ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ଭଗବାନଙ୍କ ସଦୃଶ । ଏପରି ମନ୍ତବ୍ୟ ଦେଇ ଅଡୁଆରେ ବେଙ୍ଗଲ ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ।

Mamata Banerjee
Mamata Banerjee

By

Published : Mar 27, 2023, 6:57 AM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ଭଗବାନଙ୍କ ସଦୃଶ । ଯାହାକୁ ଆମେ ପୂଜା କରୁ । ସେ କୌଣସି ଭୁଲ କାମ କରିପାରିବେ ନାହିଁ । ଏପରି ମନ୍ତବ୍ୟ ଦେଇ ଅଡୁଆରେ ପଶ୍ଚିମବଙ୍ଗ ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ । ଶୋଭନଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । ଏହାସହିତ ବିଦ୍ୟାଳୟରେ ନିଯୁକ୍ତି କେଳେଙ୍କାରୀକୁ ନେଇ ଅନେକ ଟିଏମସି ନେତାଙ୍କୁ କଟାକ୍ଷ କରିଛନ୍ତି ।

ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଖର୍ଦହଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ମନ୍ତ୍ରୀ ଶୋଭନଦେବ କହିଥିଲେ, "ମମତା ବାନାର୍ଜୀ ହେଉଛନ୍ତି ଭଗବାନ ସଦୃଶ । ସେ କୌଣସି ଭୁଲ କାର୍ଯ୍ୟ କରିପାରିବେ ନାହିଁ । ଭଗବାନଙ୍କୁ ପୂଜା କରୁଥିବା ପୂଜକ ମଧ୍ୟ ଆବଶ୍ୟକ ସ୍ଥଳେ ଚୋର ପାଲଟିଥାଏ । ଏପରିକି ମୁଁ ମଧ୍ୟ ଚୋର ପାଲଟିଯିବି, ହେଲେ କେବେ ହେଲେ ମମତା ବାନାର୍ଜୀ ହୋଇପାରିବିନି । ସେ ମୋ ପାଇଁ ଭଗବାନ ସଦୃଶ ।" ଶୋଭନ ଏପରି ମନ୍ତବ୍ୟ ଦେବା ପରେ ବିରୋଧୀ ତାଙ୍କୁ ଘେରିଛନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ଟିଏମସିର ଶୀର୍ଷ ନେତୃତ୍ବକୁ ଟାର୍ଗେଟ କରିଛନ୍ତି ।

ଏହା ବି ପଢନ୍ତୁ-Mayre: ଇତିହାସ ସୃଷ୍ଟି କଲେ ମାମୁଁ, ଭାଣିଜୀ ବିବାହ ପାଇଁ ଦେଲେ ୮କୋଟି ଟଙ୍କାର ଉପହାର

ବିରୋଧୀଙ୍କ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ କୃଷି ମନ୍ତ୍ରୀ ଶୋଭନଦେବ । ସେ କହିଛନ୍ତି ଯେ ସିପିଆଇ (ଏମ) ସରକାର ସମୟରେ ମଧ୍ୟ ଶିକ୍ଷକ ନିଯୁକ୍ତି ନେଇ ବ୍ୟାପକ ଦୁର୍ନୀତି ହୋଇଥିଲା । ମାତ୍ର ସେହି ସମୟରେ ଏହାକୁ ତଦନ୍ତ ପରିସର ମଧ୍ୟକୁ ନିଆଯାଇନଥିଲା । ଫଳରେ ସେମାନଙ୍କ ଅପରାଧ ଲୋକଲୋଚନକୁ ଆସିପାରିନଥିଲା । ସେ ଏକ ଉଦାହରଣ ଦେଇ କହିଛନ୍ତି ଯେ ସିପିଆଇ (ଏମ) ସରକାରଙ୍କ ସମୟରୁ ଜଣେ ବ୍ୟକ୍ତି ଏକ ବିଶ୍ବବିଦ୍ୟାଳୟରେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଆସୁଛନ୍ତି । ଯାହାଙ୍କର ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନରେ ୫୦% ମାର୍କ ଥିଲା ।

ହେଲେ ସେ ନିଯୁକ୍ତି ପାଇଛନ୍ତି । ଏପରି ଅନେକ ଲୋକ ବିଭିନ୍ନ ସେକ୍ଟରରେ ନିଯୁକ୍ତି ପାଇଛନ୍ତି । ମାତ୍ର ଏହା ଲୋକଲୋଚନକୁ ଆସିପାରିନାହିଁ । ଏହା ଉପରେ ପ୍ରତିକ୍ରିୟା ରଖି ସିପିଆଇ (ଏମ) ସାଂସଦ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଚଟ୍ଟୋପାଧ୍ୟାୟ ଯେଉଁ ଅଭିଯୋଗ ଆଣିଛନ୍ତି ଏହା କୋର୍ଟରେ ମଧ୍ୟ ପ୍ରମାଣିତ ହୋଇପାରିନାହିଁ । ଚଟ୍ଟୋପାଧ୍ୟାୟଙ୍କ ଏପରି ମିଥ୍ୟା ଅଭିଯୋଗ ଲାଗି ତାଙ୍କୁ ଲୋକମାନେ ଦଣ୍ଡ ଦେବେ । ଟିଏମସି ତୃଣମୂଳ ସ୍ତରରେ ପହଞ୍ଚି ପାରିନାହିଁ । ଏଥିଲାଗି ଲୋକଙ୍କୁ ଭ୍ରମିତ କରିବା ଲାଗି ଏଭଳି ମିଥ୍ୟା ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details