କୋଲକାତା:ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିରୋଧୀ ଅଭିଯାନ ଆରମ୍ଭ କଲେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା 15 ତାରିଖରେ ଅଣ ବିଜେପି ଦଳ ମୁଖ୍ୟମାନଙ୍କୁ ଦିଲ୍ଲୀରେ ବୈଠକ ପାଇଁ ଆହ୍ବାନ କରିଛନ୍ତି ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକିଥିବା ଅଣ ବିଜେପି ନେତାଙ୍କ ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 22 ବରିଷ୍ଠ ନେତା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା TRS ମୁଖ୍ୟ କେ.ସି.ଆର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଞ୍ଚାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମମତାଙ୍କ ଦ୍ବାରା ବୈଠକକୁ ନିମନ୍ତ୍ରିତ ହୋଇଛନ୍ତି । ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ 15 ତାରିଖରେ ଏହି ବୈଠକ ହେବା ନେଇ ମଧ୍ୟ ଟିଏମସି ପକ୍ଷରୁ କୁହାଯାଇଛି ।