ଓଡିଶା

odisha

By

Published : Oct 26, 2022, 11:43 AM IST

ETV Bharat / bharat

କଂଗ୍ରେସର ମଙ୍ଗ ଧରିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେଲେ ମଲ୍ଲିକାର୍ଜୁନ ଖଡ୍‌ଗେ । ଅଧିକ ପଢନ୍ତୁ

କଂଗ୍ରେସର ମଙ୍ଗ ଧରିଲେ ମଲ୍ଲିକାର୍ଜୁନ ଖଡ୍‌ଗେ
କଂଗ୍ରେସର ମଙ୍ଗ ଧରିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: ୨୪ ବର୍ଷ ପରେ କଂଗ୍ରେସର ନେତୃତ୍ବ ନେଲେ ଅଣଗାନ୍ଧୀ ନେତା । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି କଂଗ୍ରେସ ସଭାପତି ରୂପେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି(Mallikarjun Kharge take charge as Congress president) । ଦିନ ୧୧ଟା ସମୟରେ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଖଡ୍‌ଗେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିପାଇଁ ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ତେବେ ଏହାପୂର୍ବରୁ ଖଡ୍‌ଗେ ଆଜି ରାଜଘାଟ ଯାଇ ମହାତ୍ମାଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମାଧିସ୍ଥଳ ଓ ଜବାହାରଲାଲ ନେହେରୁଙ୍କ ସମାଧିସ୍ଥଳ ଶାନ୍ତିବନ ଯାଇ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ ।

ଏହି ଦାୟିତ୍ବ କାର୍ଯ୍ୟକ୍ରମରେ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । ଦଳର କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ, ସମସ୍ତ ସାଂସଦଗଣ ଏଠାରେ ଉପସ୍ଥିତ ରହିଥିଲେ । ଗତ ୧୭ ତାରିଖରେ କଂଗ୍ରେସ ସଭାପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡ୍‌ଗେ ଶଶୀ ଥରୁରଙ୍କ ହରାଇ ସଭାପତି ନିର୍ବାଚିତ ହୋଇଥିଲେ ।

ABOUT THE AUTHOR

...view details