ଓଡିଶା

odisha

By ETV Bharat Odisha Team

Published : Jan 14, 2024, 7:32 PM IST

ETV Bharat / bharat

ମାର୍ଚ୍ଚ 15 ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ମାଳଦ୍ବୀପ

Maldives asks India to withdraw troops by March 15: ମାର୍ଚ୍ଚ 15 ତାରିଖ ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ମାଳଦ୍ବୀପ । ନୂଆଦିଲ୍ଲୀ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସନି । ଅଧିକ ପଢନ୍ତୁ

ମାର୍ଚ୍ଚ 15 ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ମାଳଦ୍ବୀପ
ମାର୍ଚ୍ଚ 15 ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ମାଳଦ୍ବୀପ

ହାଇଦ୍ରାବାଦ: ପୂର୍ବରୁ ଭାରତୀୟ ସୈନ୍ୟ ଅପସାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଥିବା ମାଳଦ୍ବୀପ ସରକାର ଆଜି ଏଥିପାଇଁ ନୂଆଦିଲ୍ଲୀକୁ ନିର୍ଦ୍ଦିଷ୍ଟ ସମୟ ସୀମା ଦେଇଛି । ମାର୍ଚ୍ଚ 15 ତାରିଖ ସୁଦ୍ଧା ଭାରତ ମାଳଦ୍ବୀପରୁ ତାର ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ କହିଥିବା ସୂଚନା ମିଳିଛି । ସରକାରୀ ସୂତ୍ର ଅନୁସାରେ, ଏବେ ମାଳଦ୍ବୀପର ବିଭିନ୍ନ ସ୍ଥାନରେ 88 ଭାରତୀୟ ସୈନିକ ନିୟୋଜିତ ଅଛନ୍ତି ।

ମାଳଦ୍ବୀପ ସରକାରଙ୍କ ଜନନୀତି ସଚିବ ଅବଦୁଲ୍ଲା ନାଜିମ ଇବ୍ରାହିମ ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ମହମ୍ମଦ ମୁଇଜୁ 15 ମାର୍ଚ୍ଚ ସୁଦ୍ଧା ସୈନ୍ୟ ଅପସାରଣ ଶେଷ କରିବା ପାଇଁ ବିଧିବଦ୍ଧ ଭାବେ ନୂଆଦିଲ୍ଲୀକୁ ଅବଗତ କରିଛନ୍ତି । ପୂର୍ବରୁ ମହମ୍ମଦ ମୁଇଜୁଙ୍କ ସରକାର ଭାରତୀୟ ସେନା ଅପସାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ଏବେ ନୂଆଦିଲ୍ଲୀକୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିବା ଅବଦୁଲ୍ଲା ନାଜିମ ସ୍ପଷ୍ଟ କରିଛନ୍ତି । ତେବେ ମାଳଦ୍ବୀପ ପକ୍ଷରୁ ଏହି ମହଲତ ଦିଆଯିବା ସମ୍ପର୍କରେ ନୂଆଦିଲ୍ଲୀ ଏପର୍ଯ୍ୟନ୍ତ କୌଣସି ସୂଚନା ସ୍ପଷ୍ଟ କରିନି ।

ମୁଇଜୁ ସରକାର କ୍ଷମତାକୁ ଆସିବା ପରେ ମାଳଦ୍ବୀପ ପକ୍ଷରୁ ଏପରି ଅନୁରୋଧ ଆସିବା ପରେ ଉଭୟ ଦେଶ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ମାଳଦ୍ବୀପ ରାଜଧାନୀ ମାଲେରେ ଆଜି (ରବିବାର) ପୂର୍ବାହ୍ନରେ ଏହି ଦ୍ବିପାକ୍ଷିକ କମିଟିର ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ ପକ୍ଷରୁ ମାଲେରେ ଅବସ୍ଥାପିତ ଉଚ୍ଚାୟୁକ୍ତ ମୁନୁ ମାହାଓ୍ବାର ସାମିଲ ହୋଇଥିଲେ । ତେବେ ବୈଠକ ପରେ ମାର୍ଚ୍ଚ 15 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାଳଦ୍ବୀପ ଜନନୀତି ସଚିବ ଆଜି ପ୍ରେସମିଟରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ହାତ ଛାଡିଲେ, ଧନୁତୀର ଧରିଲେ ମିଲିନ୍ଦ ଦେଓରା

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପୂର୍ବରୁ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରିଥିଲେ । ତାଙ୍କ ନେତୃତ୍ବରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ମଧ୍ୟ ଆୟୋଜିତ ହୋଇଥିଲା । ତେବେ ରାଷ୍ଟ୍ରପତି ମୁଇଜୁ ଜଣେ ଚୀନ ଅନୁଗାମୀ ନେତା ଭାବେ ବେଶ ଜଣାଶୁଣା । ପୂର୍ବରୁ ମାଳଦ୍ବୀପର ରାଷ୍ଟ୍ରପତି ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବାର ପରମ୍ପରା ମଧ୍ୟ ରହିଆସିଥିଲା । ହେଲେ ମୁଇଜୁ ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପକାଇ ତୁର୍କୀ ଗସ୍ତ କରିଥିଲେ ।

ନିକଟରେ ସେ ଚୀନ ଗସ୍ତ କରି ବେଜିଂରେ ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗକୁ ମଧ୍ୟ ସାକ୍ଷାତ କରି ଫେରିଛନ୍ତି । ସେ ଭାରତ ଗସ୍ତ କରିବେ ବୋଲି ଚର୍ଚ୍ଚା ହେଉଥିଲେ ସୁଦ୍ଧା ମାଲେ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ କରାଯାଇନି । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ କରିବା ପରେ ମାଳଦ୍ବୀପ ବେଶ ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଥିଲା । ମୁଇଜୁ ସରକାରଙ୍କ ଏକାଧିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବଦୀୟ ପୋଷ୍ଟ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details