ଅହମ୍ମଦାବାଦ:କରମଣ୍ଡଳ ଟ୍ରେନ ଦୁର୍ଘଟଣାକୁ ମାତ୍ର 2 ମାସ ପୂରଣ ହୋଇଛି । କାଳ ରାତିରେ ମୃତ୍ୟୁ ଆଣିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାର ସେ ଛାତିଥରା ଦୃଶ୍ୟକୁ ଏବେ ବି ଭୁଲି ନାହାନ୍ତି ଲୋକ । ଏହାରି ଭିତରେ ପୁଣି ଏକ ବଡ ଟ୍ରେନ ଦୁର୍ଘଟଣା ଘଟିବାକୁ ଯାଉଥିଲା । ଗୁଜୁରାଟ ଭଦୋଦରାରେ ଏକ ବଡ ଟ୍ରେନ ଟ୍ରାଜେଡି ଟଳି ଯାଇଛି । ଓଖା-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ବଡ ଦୁର୍ଘଟଣା ହେବାକୁ ବର୍ତ୍ତି ଯାଇଛି । କୁହାଯାଉଛି ଟ୍ରାକରେ ଟ୍ରେନ ଓଲଟାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ
ଏହି ଘଟଣା ବର୍ଣ୍ଣାମା ଓ ଆଟୋଲା ରେଳ ଷ୍ଟେସନ ମଧ୍ୟରେ ଘଟିଥିବା ସୂଚନା ମିଳୁଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, କିଛି ଅଜଣା ବ୍ୟକ୍ତି ଟ୍ରାକରୁ ଟ୍ରେନ ଖସାଇବାକୁ କିଛି ପଥର ରଖିଥିଲେ । ସମୟ ପୂର୍ବରୁ କିଛି ଅଘଟଣ ଘଟିବା ପୂର୍ବରୁ ଖବର ମିଳିବା ପରେ ଦୁଇଟି ଏକ୍ସପ୍ରେସ ଟ୍ରେନକୁ ସୁରକ୍ଷିତ କରାଯାଇ ପାରିଛି । ଘଟଣା ନେଇ ଭଦୋଦରା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ରେଳ କର୍ତ୍ତୃପକ୍ଷ ପୋଲିସ ଏବଂ ଆଇପିଏଫଙ୍କ ସହଯୋଗରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ମହାନିର୍ଦ୍ଦେକ ରୋହନ ଆନନ୍ଦ ଘଟଣା ବିଷୟରେ ଅବଗତ ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।