ଡେରାଡୁନ: ଋଷିକେଶ ଅଞ୍ଚଳରେ ବନ ବିଭାଗର କାର୍ଯ୍ୟକ୍ରମ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜାଜୀ ଟାଇଗର୍ସ ରିଜର୍ଭ ନିକଟ ଚିଲ୍ଲା ରେଞ୍ଜରେ ବନ ବିଭାଗର ଇଲେକ୍ଟ୍ରୋନିକ୍ କାର ପରୀକ୍ଷାମୂଳକ ରନ କରାଯାଉଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବଙ୍କ ଭାଇଙ୍କ ସମେତ 4 ବନ ଅଧିକାରୀ ମୃତ, ଏକାଧିକ ଆହତ । ମୃତକମାନେ ସମସ୍ତେ ବନ ଅଧିକାରୀ ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ରେଞ୍ଜର, ଡେପୁଟି ରେଞ୍ଜର ଓ ଅନ୍ୟ ଦୁଇଜଣ ବନ ଅଧିକାରୀ ରହିଛନ୍ତି ।
ସୂଚନାନୁସାରେ, ଏହି କାରର ଟ୍ରାଏଲ ରନ ଚାଲିଥିବା ବେଳେ ଗାଡିଟି ରାସ୍ତାକଡ଼ରେ ଏକ ଗଛ ସହ ଧକ୍କା ହେବା ପରେ ଓଲଟି ପଡିଥିଲା । କାରରେ ବସିଥିବା ଅଧିକାରୀମାନେ ନିକଟରେ ଥିବା ଜଳାଶୟକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାରକାରୀ ଟିମକୁ ଖବର ଦେବା ସହ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ତେବେ ଏବେ ସୁଦ୍ଧା 4 ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସଚିବ ମଙ୍ଗେଶ ଗିଲ୍ଡିଆଲଙ୍କ ଭାଇ ଶୈଳେଶ ଗିଲ୍ଡିଆଲ ମଧ୍ୟ ରହିଛନ୍ତି । ତାଙ୍କ ବ୍ୟତୀତ ବନ ଅଧିକାରୀ ପ୍ରମୋଦ ଧ୍ୟାନୀ ଓ ସୈଫ ଅଲ୍ଲୀ ଖାନ ରହିଛନ୍ତି । ଗାଡିରେ ମୋଟ କେତେ ଜଣ ଅଧିକାରୀ ଓ ବନ କର୍ମଚାରୀ ଥିଲେ ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହୋଇନି । ସେହିପରି ଅନ୍ୟ ଦୁଇ ଅଧିକାରୀ ଜଳାଶୟକୁ କିପରି ଖସିଲେ, ତାହା ମଧ୍ୟ ଅସ୍ପଷ୍ଟ ରହିଛି ।