ଓଡିଶା

odisha

By ETV Bharat Odisha Team

Published : Jan 2, 2024, 10:51 PM IST

ETV Bharat / bharat

ପୁଣି CBI କୁ ଚିଠି ଲେଖିଲେ ଦେହାଦ୍ରାଇ: ପଶ୍ଚିମବଙ୍ଗ ପୋଲିସ ଲଗାଇ ତାଙ୍କ ଉପରେ ନଜର ରଖୁଛନ୍ତି ମହୁଆ

Mahua Moitra case: ପୁଣି CBI ଓ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ ଚିଠି ଲେଖିଲେ ଜୟଅନନ୍ତ ଦେହାଦ୍ରାଇ । ପଶ୍ଚିମବଙ୍ଗ ପୋଲିସ ସାହାଯ୍ୟରେ ତାଙ୍କ ଉପରେ ନଜର ରଖୁଛନ୍ତି ମହୁଆ । ଅଧିକ ପଢନ୍ତୁ

ପୁଣି CBI ଚିଠି ଲେଖିଲେ ଦେହାଦ୍ରାଇ: ଗତିବିଧି ଉପରେ ନଜର ରଖୁଛନ୍ତି ମହୁଆ
ପୁଣି CBI ଚିଠି ଲେଖିଲେ ଦେହାଦ୍ରାଇ: ଗତିବିଧି ଉପରେ ନଜର ରଖୁଛନ୍ତି ମହୁଆ

ନୂଆଦିଲ୍ଲୀ:ସଂସଦ ପଦ ହରାଇବା ପରେ ମଧ୍ୟ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ପିଚ୍ଛା ଛାଡୁନି ବିବାଦ । କ୍ୟାସ ଫର କ୍ବାରୀ ମାମଲାର ପ୍ରଥମେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମହୁଆଙ୍କ ସମ୍ପର୍କରେ ସୂଚନା ଦେଇଥିବା ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରାହୀ ପୁଣି ମହୁଆଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ମହୁଆ ପଶ୍ଚିମବଙ୍ଗ ପୋଲିସ ସାହାଯ୍ୟରେ ତାଙ୍କ ଗତିବିଧି ଉପରେ ନଜର ରଖୁଥିବା ସେ ସିବିଆଇ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।

ଗତବର୍ଷ ଡିସେମ୍ବର 29 ତାରିଖରେ ଆଇନଜୀବୀ ଦେହାଦ୍ରାଇ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ଚିଠି ଲେଖିଛନ୍ତି । ମହୁଆ ତାଙ୍କ ଫୋନ ନମ୍ବର ବ୍ୟବହାର କରି ତାଙ୍କ ଲୋକେସନ ଓ ଗତିବିଧି ସମ୍ପର୍କରେ ନଜର ରଖୁଛନ୍ତି । ଦେହଦ୍ରାଇ ତାଙ୍କ ଚିଠିରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୋଇତ୍ରାଙ୍କର ପଶ୍ଚିମବଙ୍ଗ ପୋଲିସର କିଛି ବରିଷ୍ଠ ଅଧିକାରୀଙ୍କ ସହ ସୁସମ୍ପର୍କ ରହିଛି । ଫଳରେ ସେ ପୋଲିସକୁ ବ୍ୟବହାର କରି ନିଜ ସମ୍ପର୍କୀୟ ଓ ପରିଚିତ ବ୍ୟକ୍ତିବିଶେଷଙ୍କ କଲ ରେକର୍ଡ (ସିଡିଆର) ସଂଗ୍ରହ କରିଥାନ୍ତି । ସେମାନଙ୍କ ଉପରେ ନଜର ରଖିଥାନ୍ତି । ଯାହା ସେ ତାଙ୍କ କ୍ଷେତ୍ରରେ ମଧ୍ୟ କରୁଛନ୍ତି ବୋଲି ଦେହାଦ୍ରାଇ ଅଭିଯୋଗ କରିଛନ୍ତି ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ଦୁବେ । ତେବେ ଏହି ସୂଚନା ନିଶିକାନ୍ତ ଦୁବେଙ୍କୁ ଜୟଅନନ୍ତ ଦେହାଦ୍ରାଇ ହିଁ ଦେଇଥିଲେ । ପରେ ଆଇନଜୀବୀ ଦେହାଦ୍ରାଇ ନିଜେ ମଧ୍ୟ ସିବିଆଇକୁ ସମାନ ଅଭିଯୋଗ ସହ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ଲେଖିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଫେରିବ କି ମହୁଆଙ୍କ ସଦସ୍ୟତା ! ସୁପ୍ରିମକୋର୍ଟରେ କାଲି ସଭ୍ୟପଦ ରଦ୍ଦ ମାମଲାର ଶୁଣାଣି

ପରେ ବାଚସ୍ପତି ଓମ ବିର୍ଲାଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ତଦନ୍ତ କରିଥିଲା । ଅଭିଯୋକାରୀ ସାଂସଦ ନିଶିକାନ୍ତ ଦୁବେ, ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନବୀଜୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଏଥିକ୍ସ କମିଟି ଜେରା ମଧ୍ୟ କରିଥିଲା । ଏହା ପରେ କମିଟି ମହୁଆଙ୍କୁ ସଂସଦ ପଦରୁ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲା । ଯାହା ମହୁଆଙ୍କ କ୍ଷେତ୍ରରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସଂସଦ ପଦରୁ ସେ ବରଖାସ୍ତ ମଧ୍ୟ ହୋଇଛନ୍ତି । ଏବେ ତାଙ୍କ ବିରୋଧରେ ଗୁପ୍ତଚରଗିରି କରିବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details