ମୁମ୍ବାଇ:ମହାରାଷ୍ଟ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ କୁମାର ଗାଭିତଙ୍କ ଏକ ବୟାନ ଏବେ ଖୁବ୍ ବିବାଦରେ ରହିଛି । ମନ୍ତ୍ରୀ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଉପରେ ବୟାନ ଦେଇ ବିବାଦକୁ ଆସିଛନ୍ତି । ନନ୍ଦୁବାର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ପ୍ରତିଦିନ ମାଛ ଖାଆନ୍ତି, ସେମାନଙ୍କ ଆଖି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଭଳି ସୁନ୍ଦର ହୋଇଥାଏ । ନିୟମିତ ମାଛ ଖାଇଲେ ଚର୍ମ ଭଲ ରହିଥାଏ ଓ ଆଖି ଚମକି ଥାଏ । ଫଳରେ କେହି ଆପଣଙ୍କୁ ଦେଖିଲେ ଆକର୍ଷିତ ହୋଇଯାଇଥାଏ ।"
୬୮ ବର୍ଷୀୟ ମହାରାଷ୍ଟ୍ର ମନ୍ତ୍ରୀ ଗାଭିତ କହିଛନ୍ତି, "ଆପଣମାନେ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଦେଖିଛନ୍ତି ? ଐଶ୍ବର୍ଯ୍ୟା ମାଙ୍ଗାଲୁରୁରେ ସମୁଦ୍ର କୂଳରେ ରହୁଥିଲେ । ସେ ପ୍ରତିଦିନ ମାଛ ଖାଆନ୍ତି । ସେଥିପାଇଁ ତାଙ୍କ ଆଖି ଏତେ ସୁନ୍ଦର ଓ ଚମକଦାର ଅଟେ । ଆପଣ ମଧ୍ୟ ମାଛ ଖାଇଲେ ଅଭିନେତ୍ରୀଙ୍କ ଭଳି ଆକର୍ଷଣୀୟ ଆଖି ପାଇବେ । ମାଛରେ ତୈଳ ରହିଥାଏ । ଏହା ଚର୍ମକୁ କୋମଳ କରିଥାଏ । ମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି କରଛି ।"
ଏହା ମଧ୍ୟ ପଢନ୍ତୁ: UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ, ଅଖିଳେଶଙ୍କୁ ମଧ୍ୟ ଚେତାବନୀ ଦେଲେ ପୂଜାରୀ