ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ କୋରୋନା, 2ଦିନ ପୂର୍ବରୁ ପାଳିଥିଲେ ଜନ୍ମଦିନ - କୋରୋନାରେ ଆକ୍ରାନ୍ତ

ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ତଥା ରାଙ୍କପାର ପ୍ରଦେଶ ମୁଖ୍ୟ ଜୟନ୍ତ ପାଟିଲ ମଧ୍ୟ ଏହି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଏନେଇ ସେ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ କୋରୋନା,
ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ କୋରୋନା,

By

Published : Feb 18, 2021, 12:33 PM IST

ମୁମ୍ବାଇ: ମହାରାଷ୍ଟ୍ରକୁ ପୁଣି ବଢୁଥିବା କୋରୋନା ସଂକ୍ରମଣ ଚିନ୍ତାର ବିଷୟ ପାଲଟି ଥିବାବେଳେ କୋରୋନା ପଜେଟିଭ ହେଲେ ମହାରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ପାଟିଲ । ଏଥର ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ତଥା ରାଙ୍କପାର ପ୍ରଦେଶ ମୁଖ୍ୟ ଜୟନ୍ତ ପାଟିଲ ମଧ୍ୟ ଏହି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି(ଗୁରୁବାର) ଏନେଇ ସେ ସୂଚନା ଦେଇଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପାଟିଲ ଦୁଇ ଦିନ ପୂର୍ବରୁ ହିଁ ତାଙ୍କ ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ତେବେ ପାଟିଲଙ୍କ ଜନ୍ମଦିନ ଉତ୍ସବରେ ମାସ୍କ ଏବଂ ସାମାଜିକ ଦୂରତା ନିୟମ ସଠିକ୍ ଭାବେ ପାଳନ କରାଯାଇ ନଥିବା ଖବର ଆସିଥିଲା।

ମନ୍ତ୍ରୀ ନିଜ ଟ୍ବିଟରରେ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହଛି । ଆଉ ସେ ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ତେବେ ଚଳିତମାସ ଆରମ୍ଭରେ ପାଟିଲ ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସତର୍କ ରହିବା ସହ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ସାରା ଦେଶରେ ଏବେ କୋରୋନା ସଂକ୍ରମଣ କମୁଥିବାବେଳେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ମାମଲା ପୁଣିଥରେ ସକ୍ରିୟ ହୋଇଉଠିଛି । ଗତ କିଛିଦିନ ହେଲା ମହାରାଷ୍ଟ୍ରରେ 24 ଘଣ୍ଟାରେ 4 ହଜାର 787 ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଠି ବର୍ତମାନସୁଦ୍ଧା 51 ହଜାର 631 ଜଣଙ୍କ ମୃତ୍ୟୁ ଘଟିଲାଣି ।

ABOUT THE AUTHOR

...view details