ମୁମ୍ବାଇ:ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ମହାରାଷ୍ଟ୍ର ଉପକୂଳବର୍ତ୍ତି ରତ୍ନଗିରିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ତରଫରୁ ସୂଚନା ମିଳିଛି ।
ଏହାର ଗଭୀରତା ୫କିଲୋମିଟର ହୋଇଥିବା ବେଳେ କେନ୍ଦ୍ରସ୍ଥଳ ମୁମ୍ବାଇ ଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ରତ୍ନଗିରି ଜିଲ୍ଲାରେ ଅନୁଭୂତ ହୋଇଥିଲା । ରାତି ପ୍ରାୟ ୨.୩୬ ମିନିଟରେ ଏବି ଭୂକମ୍ପ ହୋଇଥିବା କହିଛନ୍ତି NCSର ହେଡ ଜେଏଲ ଗୌତମ । ତେବେ ଏଥିରେ କ୍ଷୟକ୍ଷତି ନେଇ କୈଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।