ମୁମ୍ବାଇ:. କିଲର ଭାଇରସର ଜାଲରେ ଛଟପଟ ହେଉଛି ସାରା ଦେଶ । ବିଶେଷକରି ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟ ଭଳି ବଡ ବଡ ରାଜ୍ୟ ବିଶେଷ ପ୍ରଭାବିତ ହେଉଛନ୍ତି । ମହାରାଷ୍ଟ୍ର ଏହି ସ୍ଥିତି ଅଣାୟତ୍ତ ରହିଥିବାବେଳେ ଏହାକୁ ଆୟତ୍ତକୁ ଆଣିବାକୁ କୋରୋନା କଟକଣା ବା ଲକଡାଉନକୁ ଆସନ୍ତା ଜୁନ 1 ତାରିଖ ଯାଏଁ ବୃଦ୍ଧି କରାଯାଇଛି । କୋଭିଡ ଚେନ୍ ବ୍ରେକ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।
ଜୁନ ପହିଲା ଯାଏଁ ବଢିଲା ମହାରାଷ୍ଟ୍ରରେ ଲକଡାଉନ - ମହାରାଷ୍ଟ୍ର ଲକଡାଉନ
କୋଭିଡକୁ ପ୍ରତିହତ କରିବାକୁ ଆସନ୍ତା ଜୁନ 1 ତାରିଖ ଯାଏଁ ମହାରାଷ୍ଟ୍ରରେ ବଢିଲା ଲକଡାଉନ ଅବଧି । ଅଧିକ ପଢନ୍ତୁ...
Maharashtra
ଜୁନ 1 ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ପୂର୍ବ ଭଳି ଜରୁରୀ ସେବା ରାଜ୍ୟରେ ଜାରି ରହିବ । ଅନ୍ୟ ରାଜ୍ୟର ଲୋକେ ମହାରାଷ୍ଟ୍ର ଯିବାକୁ ହେଲେ ସେମାନଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ