ମୁମ୍ବାଇ:ମହାରଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସମଗ୍ର ରାଜ୍ୟର ଉଷ୍ମତା ବଢାଇଛି । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦେଖି ମୁମ୍ବାଇ ପୋଲିସ ପକ୍ଷରୁ ମୁମ୍ବାଇ ସହରରେ ଓ ଥାଣେରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା 144 ଜାରି କରାଯାଇଛି । କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ ।
ଥାଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଧାରା 144 ଧାରା ଜାରି କରାଯାଇଛି । ବିଦ୍ରୋହୀ ବିଧାୟକ ତଥା ସମଗ୍ର ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ଗଡ ହେଉଛି ଥାଣେ । ଥାଣେରୁ ନିର୍ବାଚିତ ବିଧାୟକ ହେଉଛନ୍ତି ସିନ୍ଧେ । ତେଣୁ ସେଠାରେ କୌଣସି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ନେଇ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । 30 ତାରିଖ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ବାହାର କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।