ଓଡିଶା

odisha

ETV Bharat / bharat

ମହନ୍ତ ରାଜୁଦାସଙ୍କ ବିବାଦୀୟ ମନ୍ତବ୍ୟ, ସଲମାନ ଖୁର୍ସିଦଙ୍କୁ ମୁଣ୍ଡ କାଟିଲେ ଦେବେ ୨୧କୋଟି

ଉତ୍ତରପ୍ରଦେଶ ଅଯୋଧ୍ୟା ହନୁମାନଗଢିର ପ୍ରମୁଖ ପୂଜାରୀ ମହନ୍ତ ରାଜୁ ଦାସଙ୍କ ବିବାଦୀୟ ମନ୍ତବ୍ୟ (Congress Leader Salman Khurshid compares Rahul Gandhi with Lord Ram) । କହିଲେ ସଲମାନ ଖୁର୍ସିଦଙ୍କୁ ମୁଣ୍ଡ କାଟିଲେ ଦେବେ ୨୧କୋଟି । ଅଧିକ ପଢନ୍ତୁ

MAHANT RAJU DAS
MAHANT RAJU DAS

By

Published : Dec 27, 2022, 8:48 PM IST

ମହନ୍ତ ରାଜୁଦାସଙ୍କ ବଡ଼ ଘୋଷଣା, କହିଲେ ସଲମାନ ଖୁର୍ସିଦଙ୍କୁ ମୁଣ୍ଡ କାଟିଲେ ଦେବେ ୨୧କୋଟି

ଲକ୍ଷ୍ନୌ:ଉତ୍ତରପ୍ରଦେଶ ଅଯୋଧ୍ୟା ହନୁମାନଗଢିର ପ୍ରମୁଖ ପୂଜାରୀ ମହନ୍ତ ରାଜୁ ଦାସଙ୍କ ବିବାଦୀୟ ମନ୍ତବ୍ୟ । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କୁ ମୁଣ୍ଡ ଯିଏ କାଟିବ ସେ ତାକୁ ୨୧କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ସଲମାନ ରାହୁଲ ଗାନ୍ଧୀଙ୍କୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ (Congress Leader Salman Khurshid compares Rahul Gandhi with Lord Ram) ସହିତ ତୁଳନା କରିଥିବାରୁ ସେ ଏପରି କହିଛନ୍ତି ।

ଏବେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ନେଇ ସମସ୍ତ କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବୟାନକୁ ନେଇ ବିଜେପି ଓ ଅଯୋଧ୍ୟାର ସାଧୁସନ୍ଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କଂଗ୍ରସର ଭାରତ ଯୋଡ଼ ଯାତ୍ରାକୁ ନେଇ ସଲମାନ କହିଛନ୍ତି, "ଭଗବାନ ରାମଙ୍କ କଠଉ ବହୁତ ବାଟ ଯାଏ । କେତେବେଳେ କଠଉକୁ ନେଇ ମଧ୍ୟ ଚାଲିବାକୁ ପଡ଼େ । ସର୍ବଦା ଭଗବାନ ରାମ ପହଞ୍ଚିପାରିବେ ନାହିଁ । ପ୍ରଭୁ ଭରତ ତାଙ୍କ କଠଉ ଧରି ଚାଲୁଥିଲେ । କଠଉ ଧରି ଆମେ ଉତ୍ତରପ୍ରଦେଶରେ ଚାଲିଛୁ । ଉତ୍ତରପ୍ରଦେଶରେ ଏବେ କଠଉ ପହଞ୍ଚିସାରିଲାଣି ତ ଖୁବଶୀଘ୍ର ରାମ ମଧ୍ୟ ପହଞ୍ଚିଯିବେ ।" ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନଙ୍କ ରାହୁଲ ଗାନ୍ଧୀଙ୍କୁ ପ୍ରଭୁ ରାମଙ୍କ ସହିତ ତୁଳନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ- ମହୀଶୂରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାଥୀରେ ଥିଲେ ପରିବାର

ସଲମାନଙ୍କୁ ପ୍ରଶ୍ନ କରି ରାଜୁ ଦାସ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ତୁଳନା ପ୍ରଫେଟ ମହମ୍ମଦଙ୍କ ସହିତ କାହିଁକି କରାଗଲା ନାହିଁ । ସେ (ସଲମାନ ଖୁର୍ସିଦ) ଜାଣିଛନ୍ତି ଯଦି ସେ ଏପରି କରିବେ ତେବେ ତାଙ୍କ ଧର୍ମର ଲୋକେ ତାଙ୍କ ମୁଣ୍ଡ କାଟିଦେବେ । ଏପରି ଲୋକ କେବଳ ସନାତନ ଧର୍ମ ଓ ଏହି ଧର୍ମର ଦେବାଦେବୀଙ୍କ ଉପହାସ କରନ୍ତି । ଏପରି ଲୋକଙ୍କୁ ଦଣ୍ଡ ମିଳିବା ଉଚିତ । ଯୁବଗୋଷ୍ଠୀଙ୍କୁ ଅପିଲ କରୁଛି ଯେଉଁ କଂଗ୍ରେସ ନେତା ଭଗବାନ ରାମଙ୍କ ଅସ୍ତିତ୍ବକୁ ସ୍ବୀକାର କରିନଥିଲେ, ତାଙ୍କୁ ପରିହାସ କରିଥିଲେ, ଆଜି ସେପରି ନେତା ଭଗବାନ ରାମଙ୍କ ସହିତ ରାହୁଲ ଗାନ୍ଧୀଙ୍କ ତୁଳନା କରିଛନ୍ତି । ସେପରି ନେତାଙ୍କ ମୁଣ୍ଡ କାଟିବା ଉଚିତ । ଯିଏ ଏହା କରିବ ସେ ତାକୁ ୨୧କୋଟି ଟଙ୍କା ଦେବେ ।"

ସେପଟେ ଏହି ମନ୍ତବ୍ୟକୁ ଦୃଢ ବିରୋଧ କରି ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି, "ପ୍ରଭୁ ରାମଙ୍କ ଅସ୍ତିତ୍ବକୁ ଅସ୍ବୀକାର କରିଥିବା କଂଗ୍ରେସକୁ ଏବେ ରାମଙ୍କ କଥା ମନେ ପଡୁଛି । ପୂର୍ବରୁ ଏହି ଦେଶରେ ରାମ ବିଦ୍ୟମାନ ନଥିଲେ ବୋଲି କଂଗ୍ରେସ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିଥିଲା । ସେହି କଂଗ୍ରେସ ଆଜି ପ୍ରଭୁ ରାମ ଏବଂ ତାଙ୍କ କଠଉକୁ ମନେ ପକାଉଛି ।" ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ସହ ରାହୁଲ ଗାନ୍ଧୀଙ୍କ ତୁଳନାକୁ କଡ଼ା ନିନ୍ଦା କରି ସେ କହିଥିଲେ ଯେ ଦେଶବାସୀ କେବେ ବି ଏହାକୁ ଗ୍ରହଣ କରିବେ ନାହିଁ । କଂଗ୍ରେସ ସମାପ୍ତ ହେବାକୁ ଯାଉଛି ଏବଂ ଏହା ବିପଦ କାଳେ ବିପରୀତ ବୁଦ୍ଧି ବୋଲି କହିଥିଲେ ।

ABOUT THE AUTHOR

...view details