ଓଡିଶା

odisha

ETV Bharat / bharat

Maha coup: ଫଡନାଭିସଙ୍କୁ ଭେଟିଲେ ଅଜିତ ଓ ଭୁଜବଳ, ବିଭାଗ ବଣ୍ଟନ ନେଇ ଆଲୋଚନା ଜାରି

ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଲେ ଅଜିତ ପାଓ୍ବାର ଓ ଛଗନ ଭୁଜବଳ । ଗତକାଲି ଶପଥ ଗ୍ରହଣ କରିଥିଲେ ଅଜିତଙ୍କ ସମେତ 9 ଏନସିପି ବିଧାୟକ । ବିଭାଗ ବଣ୍ଟନ ନେଇ ଆଲୋଚନା ଜାରି । ଅଧିକ ପଢନ୍ତୁ

Maha coup: ଫଡନାଭିସଙ୍କୁ ଭେଟିଲେ ଅଜିତ ଓ ଭୁଜବଳ, ବିଭାଗ ବଣ୍ଟନ ନେଇ ଆଲୋଚନା
Maha coup: ଫଡନାଭିସଙ୍କୁ ଭେଟିଲେ ଅଜିତ ଓ ଭୁଜବଳ, ବିଭାଗ ବଣ୍ଟନ ନେଇ ଆଲୋଚନା

By

Published : Jul 3, 2023, 4:14 PM IST

ମୁମ୍ବାଇ:ଗତକାଲି ବିଜେପି ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇ ଶପଥ ଗ୍ରହଣ କରିବା ପରେ ଆଜି ଏନସିପି ନେତା ଅଜିତ ପାଓ୍ବାର ଓ ଛଗନ ଭୁଜବଳ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସାକ୍ଷାତ କରିଛନ୍ତି । ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ନେଇ ଏହି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଗତକାଲି ଅଜିତଙ୍କ ସମେତ ମୋଟ 9ଜଣ ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଅଜିତଙ୍କୁ ମୁଖ୍ଯମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଥିଲେ ରାଜ୍ୟପାଳ । ଅନ୍ୟ 8 ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ଏଯାଏ ଦାୟିତ୍ବ ବଣ୍ଟନ କରାଯାଇନି ।

ଉପମୁଖ୍ୟମନ୍ତ୍ରୀ ପଡନାଭିସଙ୍କ ସରକାରୀ ବଙ୍ଗଳା ‘ମେଘଦୂତ’ରେ ଏହି ସାକ୍ଷାତକାର ଓ ଆଲୋଚନା ଜାରି ରହିଛି । ଅଜିତ ଓ ଛଗନଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନିଲ ଟଟକାରେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଅପରାହ୍ନରେ ପ୍ରାୟ ଏକ ଘଣ୍ଟା ହେବ ଏହି ନେତାମାନେ ଆଲୋଚନା ଜାରି ରଖିଛନ୍ତି ।

ଅନ୍ଯପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି (ମଙ୍ଗଳବାର) ସଂଧ୍ୟା ସୁଦ୍ଧା ସମସ୍ତ ନୂତନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯିବା ନେଇ ପ୍ରକ୍ରିୟା ଜାରି ରଖିଛି ସିନ୍ଦେ ନେତୃତ୍ବାଧୀନ ମେଣ୍ଟ ସରକାର । ପୂର୍ବରୁ ଅଜିତ ପାଓ୍ବର ଜଳ ସମ୍ପଦ, ଅର୍ଥ ଓ ଶକ୍ତି ବିଭାଗର ମନ୍ତ୍ରୀ ହୋଇଥିଲେ । ଏବେ ଏହି ସମସ୍ତ ବିଭାଗ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଅଧୀନରେ ରହିଛି । ଏହା ବ୍ୟତୀତ ଫଡନାଭିସ ଗୃହ ବିଭାଗ ମନ୍ତ୍ରୀ ମଧ୍ୟ ଅଛନ୍ତି । ଏହି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ କିଛି ବିଭାଗରେ ପରିବର୍ତ୍ତନ କରାଯାଇପାରେ । ନୂତନ ମନ୍ତ୍ରୀମାନେ ବିଭାଗ ବଣ୍ଟନ ସହ ଦାୟିତ୍ବ ଗ୍ରହଣ କରିସାରିଲେ ବୁଧବାର କ୍ୟାବିନେଟ ବୈଠକ ବସିବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

ଗତକାଲି ନାଟକୀୟ ଢଙ୍ଗରେ ଅଜିତ ପାଓ୍ବାର ନିଜ ସମର୍ଥିତ ବିଧାୟକଙ୍କ ସହ ସିନ୍ଦେ ନେତୃତ୍ବାଧୀନ ଶାସକ ମେଣ୍ଟରେ ସାମିଲ ହୋଇଥିଲେ । ହଠାତ ଅପରାହ୍ନରେ ରାଜଭବନରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ତାଙ୍କର ଅନ୍ୟ 8 ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କ ସହ 40 ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରୁଛନ୍ତି । ଅନ୍ୟପଟେ ଆଜି ଶରଦ ପାଓ୍ବାର ମଧ୍ୟ ଦଳୀୟ ସମାବେଶ କରି ଶକ୍ତି ଦେଖାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details