ନୂଆଦିଲ୍ଲୀ: ମହଙ୍ଗା ମାଡ ସହ ଜୁଝୁଥିବା ଖାଉଟିଙ୍କୁ ଆଉ ଏକ ଝଟ୍କା । ବଢିଲା ମ୍ୟାଗି, ଚା' ଓ କଫିର ଦାମ୍ । ଏଣିକି ୧୨ ଟଙ୍କିଆ ମ୍ୟାଗି ପ୍ୟାକେଟ୍ କିଣିବା ପାଇଁ ଆପଣ ଦେବାକୁ ପଡିବ ଅଧିକ ଟଙ୍କା । ନେସଲେ(Nestle) ଏବଂ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍(HUL) କିଛି ଖାଉଟି ସାମଗ୍ରୀର ଦାମ୍ ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ଦର ସୋମବାର ଠାରୁ ଲାଗୁ ହୋଇଛି । ନୂଆ ଦର ଅନୁସାରେ, ମସାଲା ନୁଡୁଲ୍ସ(Maggi Masala noodles)ର ୭୦ ଗ୍ରାମ୍ ପ୍ୟାକେଟ୍ ମୂଲ୍ୟ ଏବେ ୧୨ ଟଙ୍କା ବଦଳରେ ୧୪ ଟଙ୍କାରେ ମିଳିବ । ଅର୍ଥାତ୍ ମ୍ୟାଗି ମୂଲ୍ୟ ୨ ଟଙ୍କା ବୃଦ୍ଧି ପାଇଛି ।
ଖାଉଟିଙ୍କୁ ଝଟ୍କା, ବଢିଲା ମ୍ୟାଗି-ଚା-କଫି ଦାମ୍
ବଢିଲା ମ୍ୟାଗି, ଚା' ଓ କଫିର ଦାମ୍ । ଏଣିକି ୧୨ ଟଙ୍କିଆ ମ୍ୟାଗି ପ୍ୟାକେଟ୍ କିଣିବା ପାଇଁ ଆପଣ ଦେବାକୁ ପଡିବ ଅଧିକ ଟଙ୍କା । ଜାଣନ୍ତୁ କେତେ
ସେହିପରି ୧୪୦ ଗ୍ରାମ୍ ପ୍ୟାକେଟ୍ ଦାମ୍ ୩ ଟଙ୍କା ବଢିଥିବାବେଳେ ୫୬୦ ଗ୍ରାମ୍ ପ୍ୟାକେଟ୍ ଦରରେ ୯.୪ ପ୍ରତିଶତ ବୃଦ୍ଧି ଘଟିଛି । ଯାହାପରେ ଏହି ପ୍ୟାକେଟ୍ ମୂଲ୍ୟ ୯୬ ଟଙ୍କାରୁ ୧୦୫ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ଚା' ଏବଂ କଫି ମଧ୍ୟ ମହଙ୍ଗା ହୋଇଛି । ବ୍ରୁ (BRU) ଦର ୩ରୁ ୭ ପ୍ରତିଶତ ବଢିଥିବା ବେଳେ ବ୍ରୁ ଗୋଲ୍ଡ(BRU Gold) ଦାମ୍ ୩ରୁ ୪ ପ୍ରତିଶତ ବୃଦ୍ଧି ପାଇଛି ।
ଇଷ୍ଟାଣ୍ଚ( instant coffee) କଫି ପ୍ୟାକେଟ୍ ଦାମ ୩ ପ୍ରତିଶତରୁ ୬.୬୬ ପ୍ରତିଶତ ବୃଦ୍ଧି ପାଇଛି । ଏହାବ୍ୟତୀତ ତାଜମହଲ ଚା' ଦାମ୍ ୩.୭ ପ୍ରତିଶତରୁ ୫.୮ ପ୍ରତିଶତ ଯାଏଁ ବଢିଛି । ସେହିପରି ବ୍ରୁକ ବ୍ରାଣ୍ଡ ଚା' ୧.୫ ପ୍ରତିଶତରୁ ୧୪ ପ୍ରତିଶତ ଯାଏଁ ମହଙ୍ଗା ହୋଇଛି । ଉତ୍ପାଦନ ବ୍ୟୟ ବଢିବା ଯୋଗୁଁ ଦାମ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।