ଓଡିଶା

odisha

ETV Bharat / bharat

କମଲନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ: ଅଶ୍ବିନୀ ବୈଷ୍ଣବ

Madhyapradesh Assembly Election Result 2023: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରିଣାମ ନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାଣନ୍ତୁ ।

Ashwini Vaishnaw on Madhyapradesh Election Result
Madhyapradesh Election Result 2023

By ETV Bharat Odisha Team

Published : Dec 3, 2023, 1:41 PM IST

ଭୋପାଳ:ସତ ହେବାକୁ ଯାଉଛି ଏକଜିଟ ପୋଲ । ମଧ୍ୟପ୍ରଦେଶରେ ପୁଣି ଶାସନ ଗାଦିରେ ବସିବାକୁ ଯାଉଛି ବିଜେପି । କମଲନାଥ ନୁହନ୍ତି କମଳ ଫୁଟିବାକୁ ଯାଉଛି । 230 ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । କିଏ ଗଢିବ ସରକାର ଆଜି ତାହା ଫଇସଲା ହୋଇଯିବ । ବର୍ତ୍ତମାନ ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପି ଆଗରେ ରହିଛି । 161 ଆସନରେ ଲିଡ କରୁଛି ବିଜେପି । ଏନେଇ ରାଜ୍ୟରେ ବିଜେପି କର୍ମୀଙ୍କ ସେଲିବ୍ରେସନ ଆରମ୍ଭ ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦେଶବାସୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତି । କମଳନାଥ ଓ ଦିବ୍ୟସିଂହ ଇତିହାସ । ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ।

ମଧ୍ୟପ୍ରଦେଶରେ ବିଜେପି ପୁର୍ନବାର ସରକାର କରିବ ସ୍ପଷ୍ଟ ହୋଇଛି । ଏଥିପାଇଁ ବିଜେପି କର୍ମୀ ସେଲିବ୍ରେସନ ଆରମ୍ଭ କରିସାରିଲେଣି । ଖୁସିବ୍ୟକ୍ତ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ''ପୁରା ଦେଶବାସୀଙ୍କର ମୋଦି ଗ୍ୟାରେଣ୍ଟି ଉପରେ ଭରସା ରହିଛି । ପ୍ରତି ଭାରତୀୟଙ୍କ ମନରେ ଏହା ରହିଛି ମୋଦିଜୀ ଭାରତକୁ ବିକଶିତ ରାଷ୍ଟ୍ର ବନାଇବାକୁ ଯେଉଁ ଯଜ୍ଞ କରୁଛନ୍ତି ଏଥିରେ ସମସ୍ତେ ସହଯୋଗ କରିବାକୁ ଚାହୁଁଛନ୍ତି ଏହି ପରିଣାମ ତାର ପ୍ରମାଣ । କମଳନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ । ରାଜସ୍ଥାନରେ ମଧ୍ୟ ବିଜେପିର ଭଲ ବିଜୟ ହେବ । ଅଶୋକ ଗେହଲଟଜୀଙ୍କ ଦୁର୍ନୀତି ଉପରେ ସ୍ପଷ୍ଟ ରାୟ ଦେଇଛନ୍ତି ଜନତା ।''

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି,''ମଧ୍ୟପ୍ରଦେଶରେ ବିଜେପିର ଏହା ବଡ ବିଜୟ । ବିଜେପି ସରକାର ବହୁତ ଭଲ କାମ କରିଛି । ଡବଲ ଇଞ୍ଜିନ ଉପରେ ଲୋକଙ୍କ ଭରସା ଅଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଓ ଶିବରାଜ ସିଂହ ଚୌହାନଙ୍କ ପ୍ରଦର୍ଶନ ବଳରେ ଏହି ସଫଳତା ମିଳିଛି । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।''

ଏହା ବି ପଢନ୍ତୁ...ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 161 ଆସନରେ ଆଗୁଆ ରହିଛି । କଂଗ୍ରେସ 65 ଆସନରେ ଆଗୁଆ ରହିଛି । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 161 ଆସନରେ ଆଗୁଆ ରହିଛି । କଂଗ୍ରେସ 65 ଆସନରେ ଆଗୁଆ ରହିଛି । ବଡ ବିଜୟ ପଥରେ ଆଗଉଛି ବିଜେପି । ବୁଧନୀ ଆସନରେ ବିଜେପି ଶିବରାଜ ସିଂହ ଚୌହାନ ଆଗରେ ରହିଛନ୍ତି । ରାଜ୍ୟରେ ବିଜେପି ପ୍ରଥମ ବିଜୟ ହାସଲ କରିଛି । କାଳପିପଳରୁ ଭାଜପାକୁ ବିଜୟ ମିଳିଛି । ଘନଶ୍ୟାମ ଚନ୍ଦ୍ରବଂଶୀ ବାଜି ମାରି ନେଇଛନ୍ତି ।

ABOUT THE AUTHOR

...view details