ଓଡିଶା

odisha

ETV Bharat / bharat

ମୃତ୍ୟୁର ଦେଢମାସ ପରେ ନର୍ସଙ୍କ ବଦଳି, ଚର୍ଚ୍ଚାରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ - ମୃତ୍ୟୁ ପରେ ନର୍ସଙ୍କ ବଦଳି

ଚର୍ଚ୍ଚାରେ ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ବିଭାଗ । ମୃତ୍ୟୁର ଦେଢମାସ ପରେ ନର୍ସଙ୍କ ବଦଳି । ସରକାରୀ କ୍ବାଟର୍ସରେ ମିଳିଥିଲା ମୃତଦେହ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ମଧ୍ୟ ପ୍ରଦେଶ ସ୍ବାସ୍ଥ୍ୟ ବିଭାଗ, ମୃତ୍ୟୁର ଦେଢମାସ ପରେ ନର୍ସଙ୍କ ବଦଳି
ଚର୍ଚ୍ଚାରେ ମଧ୍ୟ ପ୍ରଦେଶ ସ୍ବାସ୍ଥ୍ୟ ବିଭାଗ, ମୃତ୍ୟୁର ଦେଢମାସ ପରେ ନର୍ସଙ୍କ ବଦଳି

By

Published : Feb 26, 2023, 6:44 AM IST

ଭୋପାଳ:ବିଭିନ୍ନ ସରକାରୀ ବିଭାଗରେ ବେପରୁଆ ତଥା ଦାୟିତ୍ବହୀନତା କାର୍ଯ୍ୟଶୈଳୀ ବାରମ୍ବାର ଦେଖିବାକୁ ମିଳିଥାଏ । ତେବେ ମଧ୍ୟପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଏପରି ଏକ ଚରମ ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସିଛି । ମୃତ୍ୟୁର ଦୀର୍ଘ 65 ଦିନ ପରେ ଜଣେ ଚୁକ୍ତିଭିତ୍ତିକ ନର୍ସଙ୍କୁ ଅନ୍ୟତ୍ର ବଦଳି ବା ସ୍ଥାନାନ୍ତର କରିଛି ବିଭାଗ । ଫେବୃଆରୀ 23ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ନର୍ସମାନଙ୍କର ବଦଳି ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ଶିବପୁରୀ ଜିଲ୍ଲାର ଜଣେ ଚୁକ୍ତିଭିତ୍ତିକ ନର୍ସଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ ସମ୍ପୃକ୍ତ ନର୍ସଙ୍କର 65 ଦିନ ପୂର୍ବେ ମୃତ୍ୟୁ ହୋଇସାରିଥିବା ସୂଚନା ମିଳିବା ପରେ ବିଭାଗ ଯେ କେତେ ତତ୍ପର ତାହା ଜଣାପଡିଛି ।

ତେବେ ସୂଚନା ଅନୁସାରେ ନର୍ସ ଜଣଙ୍କ 28 ବର୍ଷୀୟ ତନଭି ଦବାନ୍ଦେ । ଗତବର୍ଷ (2022) 20 ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ସରକାରୀ କ୍ବାଟର୍ସରେ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ୱାର୍ଡବୟ ନର୍ସଙ୍କୁ ଡ୍ୟୁଟି କରିବାକୁ ଡାକିବାକୁ ଯାଇଥିବା ବେଳେ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ତନଭି ନିଜ କୋଠରୀରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କ କୋଠରୀରେ କିଛି ନିଦ ବଟିକା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ସମ୍ପର୍କିତ ଘଟଣା ବୋଲି ପୋଲିସ କହିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: 100ରୁ ଅଧିକ ଲକ୍‌ଜୁରୀ କାରରେ ବରଯାତ୍ରୀ, କିନ୍ତୁ ଶଡଗ ଗାଡିରେ ଗଲେ ବର

ହେଲେ ତାଙ୍କ ମୃତ୍ୟୁକୁ ଦୀର୍ଘ ଦେଢ ମାସ ବିତି ସାରିଥିବା ବେଳେ ବିଭାଗୀୟ କର୍ମଚାରୀ ବଦଳି ତାଲିକାରେ ତାଙ୍କର ନାମ ରହିଥିବା ଦେଖିବାକୁ ମିଳିଛି । ବିଭାଗର ଏପରି ଅବହେଳାପୂର୍ଣ୍ଣ କାମକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । ଅବଶ୍ୟ ସରକାରୀ ବିଭାଗରେ ଏପରି ଦାୟିତ୍ବହୀନତା କିଛି ନୂଆ କଥା ନୁହେଁ । ନିଜ ବିଭାଗରେ ଜଣେ କର୍ମଚାରୀଙ୍କ ସରକାରୀ କ୍ବାଟର୍ସରେ ମୃତ୍ୟୁ ହେବା ଓ ବଦଳି ତାଲିକାରେ ତାଙ୍କ ନାମକୁ ସ୍ଥାନ ଦେବା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ହସ୍ପିଟାଲ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details