ଓଡିଶା

odisha

By

Published : Oct 2, 2022, 9:40 PM IST

ETV Bharat / bharat

ମଧ୍ୟ ପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଗଧ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ମଧ୍ୟପ୍ରଦେଶର ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ବିଜୟ ଶାହ । ଏହାକୁ ନେଇ ମଧ୍ୟ ପ୍ରଦେଶର ରାଜନୈତିକ ମହଲ ସରଗରମ ରହିଛି । ଅଧିକ ପଢ଼ନ୍ତୁ

madhya-pradesh-forest-minister-vijay-shah-controversial-statement-on-former-prime-ministers
ବିବାଦରେ ମଧ୍ୟ ପ୍ରଦେଶ ମନ୍ତ୍ରୀ ବିଜୟ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଲେ ବିବାଦୀୟ ବୟାନ

ଭୋପାଳ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରୁକରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ମଧ୍ୟପ୍ରଦେଶର ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ବିଜୟ ଶାହ । ଗତ ଶୁକ୍ରବାର ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଏହି ବିବାଦୀୟ ବୟାନ ଦେଇଛନ୍ତି ମନ୍ତ୍ରୀ । ଏକ ସଭାରେ ଆୟୁଷ୍ମାନ ଯୋଜନାକୁ ନେଇ ଉପସ୍ଥିତ ଜନତାଙ୍କ ବୁଝାଇଥିଲେ । ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଥିବା ବେଳେ ମନ୍ତ୍ରୀ ଟାର୍ଗେଟ୍‌ ହେବାରେ ଲାଗିଛନ୍ତି ।

ମଧ୍ୟପ୍ରଦେଶର ଉମେରିଆ ଅଞ୍ଚଳ ଧମେଖରରେ ଆୟୋଜିତ ଏକ ଜନସେବା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ମନ୍ତ୍ରୀ ବିଜୟ ଶାହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ବିଜୟ ଶାହ କହିଥିଲେ, "ସ୍ବାଧୀନତାର ୭୫ ବର୍ଷ ବିତି ଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଦେଶରୁ ଗରିବଙ୍କ ବିଷୟରେ ଚିନ୍ତା କରିନଥିଲେ । ପ୍ରଥମ ଥର ପାଇଁ ସେମାନଙ୍କ ବିଷୟରେ କେହି ଜଣେ ଯଦି ଚିନ୍ତା କରିଛନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଗଧ, ଘୋଡ଼ା, ହାତୀଛାପ ପ୍ରଧାନମନ୍ତ୍ରୀ ଦେଶକୁ ଚଳାଉଥିଲେ ।"

ଖାଲି ସେତିକିରେ ଅଟକି ଯାଇନଥିଲେ ଜଙ୍ଗଲମନ୍ତ୍ରୀ ବିଜୟ ଶାହ । ଏହାପରେ ସଭାରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଠିକ୍‌ ଢଙ୍ଗରେ କାମ କରିବାକୁ ଚେତାବନୀ ଦେଇ ଯାଇଛନ୍ତି । ଧମେଖରରେ ଆୟୋଜିତ ସଭାରେ ବିଜୟ ଶାହ କେନ୍ଦ୍ର ସରକାରଙ୍କ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଲୋକଙ୍କୁ ସମସ୍ତ ଯୋଜନା ଲାଭ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଭା ଆରମ୍ଭ ହେବାପୂର୍ବରୁ ଏହି ଅଞ୍ଚଳରେ କେତେକ ସମସ୍ୟା ରହିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗପତ୍ର ଦେଇଥିଲେ । ଏହାପରେ ତୁରନ୍ତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

କିଛି ଦିନ ପରେ ସେ ପୁଣି ଧମେଖର ଅଞ୍ଚଳ ଗସ୍ତ କରିବେ । ଏହି ସମୟସୀମା ମଧ୍ୟରେ ଏଠାରେ ଥିବା ସମସ୍ତ ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ମନ୍ତବ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ନେଇ ମଧ୍ୟ ପ୍ରଦେଶର ରାଜନୈତିକ ମହଲ ସରଗରମ ରହିଛି ।

For All Latest Updates

TAGGED:

ABOUT THE AUTHOR

...view details