ଭୋପାଲ: ମଧ୍ୟପ୍ରଦେଶର 5 ବିଧାୟକ କୋରୋନା ପଜିଟିଭି ଚିହ୍ନଟ । ଶୀତ ଅଧିବେଶନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟପ୍ରଦେଶ ବିଧାନସଭାର ପ୍ରାୟ 50 ଜଣ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ 5 ବିଧାୟକ କୋରୋନା ପଜିଟିଭ ଚିହ୍ନଟ
ରବିବାର ଦିନ ମଧ୍ୟପ୍ରଦେଶରେ ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ 5 ବିଧାୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶରେ ବିଧାନସଭାରେ ଆରମ୍ଭ ହେବ ଶୀତଅଧିବେଶନ । ଅଧିକ ପଢନ୍ତୁ...
ମଧ୍ୟପ୍ରଦେଶ ସ୍ବାସ୍ଥ୍ୟବିଭାଗର ଅଧିକାରୀ ଜଣକ କହିବା ଅନୁଯାୟୀ ବିଧାନସଭାର ବିଭିନ୍ନ କର୍ମଚାରୀଙ୍କ କୋଭିଡ -19 ପରୀକ୍ଷା ରିପୋର୍ଟ ଆମେ ଗ୍ରହଣ କରିଛୁ। ରବିବାର ସନ୍ଧ୍ୟା ସୁଦ୍ଧା ସଚିବାଳୟର ପାଞ୍ଚଜଣ ବିଧାୟକଙ୍କ ସମେତ 50 ଜଣ କର୍ମଚାରୀ ପଜିଟିଭ ବାହାରିଛନ୍ତି । ସେହିପରି ମଧ୍ୟପ୍ରଦେଶ ବିଧାନସଭାର ପ୍ରୋଟେମ୍ ବାଚସ୍ପତି ମୁଖ୍ୟ ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବିଧାନସଭା ପୂର୍ବରୁ କୋରୋନା ପରୀକ୍ଷା କରିଛନ୍ତି । କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଧାୟକମାନେ ହେଲେ ମାଲିନୀ ଗୌଡ, ସୁନୀତା ପଟେଲ, ଯୋଗେନ୍ଦ୍ର ସିଂ ବାବା, ଲଖନ ସିଂ ଏବଂ ସିଦ୍ଧାର୍ଥ କୁଶୱାହ ରହିଛନ୍ତି ।
ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ପୂର୍ବରୁ ସତର୍କତା ଭାବରେ ବିଧାନସଭାର ସମସ୍ତ ବିଧାୟକଙ୍କ କୋରୋନା ଭାଇରସ୍ ପରୀକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଧାନସଭାରେ ପ୍ରବେଶ ପାଇଁ ଅଧିବେଶନର 72 ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।