ଓଡିଶା

odisha

ETV Bharat / bharat

ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ପାରିତ କଲେ ଯୋଗୀ ସରକାର - ଲଭ ଜିହାଦ

ଲଭ ଜିହାଦକୁ ନେଇ ସାରା ଦେଶରେ ଜାରି ବୟାନବାଜି ମଧ୍ୟରେ ଏହା ବିରୋଧରେ ଅଧ୍ୟାଦେଶ ପାରିତ କରିଛନ୍ତି ଉତ୍ତରପ୍ରଦେଶ ଯୋଗୀ ସରକାର । ଅଧିକ ପଢନ୍ତୁ...

ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ପାରିତ କଲେ ଯୋଗୀ ସରକାର
ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ପାରିତ କଲେ ଯୋଗୀ ସରକାର

By

Published : Nov 24, 2020, 7:24 PM IST

ଲକ୍ଷ୍ନୌ: ଲଭ ଜିହାଦକୁ ନେଇ ସାରା ଦେଶରେ ଜାରି ରହିଛି ବୟାନବାଜି । ଏପରିସ୍ଥିତିରେ ଲଭ ଜିହାଦ ବିରୋଧରେ ଅଧ୍ୟାଦେଶ ପାରିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ମଙ୍ଗଳବାର ହୋଇଥିବା ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକରେ ଏହି ଅଧ୍ୟାଦେଶ ପାରିତ କରାଯାଇଛି ।

ନିକଟରେ ଏକ ଜନସଭାରେ ଲଭ ଜିହାଦ ବିରୋଧରେ ଆଇନ ଗଠନ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଆଇନ ଦ୍ବାରା ଲୋଭ, ଚାପ, ଧମକ ଓ ବିବାହର ପ୍ରତିଶ୍ରୃତି ଦେଇ ପ୍ରତାରଣା ଭଳି ଘଟଣାକୁ ରୋକାଯାଇପାରିବ ବୋଲି ସେ କହିଥିଲେ ।

ଯୋଗୀ ସରକାରର ମନ୍ତ୍ରୀ ମୋହସିନ୍ ରଜା ଅତୀତରେ କହିଥିଲେ ଯେ ଝିଅମାନଙ୍କୁ ମିଶନ ଆଧାରରେ ଦୁଷ୍କର୍ମ କରି ସେମାନଙ୍କ ଧର୍ମ ପରିବର୍ତ୍ତନ ଆଉ ୟୁପିରେ କାମ କରିବ ନାହିଁ। ସେହି ଜିହାଦୀମାନଙ୍କ ପାଇଁ ଏହା ଏକ ଦୃଢ ବାର୍ତ୍ତା । ଏପରି ଲୋକଙ୍କୁ ଜେଲରେ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ ।

ୟୁପିର ଦେଓରିଆରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ସିଏମ ଯୋଗୀ ପ୍ରଥମେ ଲଭ ଜିହାଦ ବିରୋଧରେ ଆଇନ ତିଆରି କରିବା ବିଷୟରେ କହିଥିଲେ। ସେ କହିଥିଲେ, ଯେହେତୁ ଆହ୍ଲାବାଦ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବେଆଇନ ହେବ ଏନେଇ ରାଜ୍ୟ ସରକାର ଏ ବାବଦରେ କଠୋର ବ୍ୟବସ୍ଥା ସହିତ ଏକ ଆଇନ ଆଣିବେ । ତା’ପରେ ଯେଉଁମାନେ ଏପରି କାର୍ଯ୍ୟ କରିବେ ସେମାନଙ୍କର ରାମ ନାମ ସତ୍ୟ ହେବ ବୋଲି ସେ କହିଥିଲେ । ଏହି ଘୋଷଣା ସହିତ ଅନ୍ୟ ବିଜେପି ଶାସିତ ରାଜ୍ୟମାନଙ୍କରେ ଲଭ ଜିହାଦ ବିରୋଧରେ ଆଇନ ତିଆରି କରିବାର ଦାବି ମଧ୍ୟ ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details