ଓଡିଶା

odisha

Rahul Gandhi Back as MP: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ

By

Published : Aug 7, 2023, 10:39 AM IST

Updated : Aug 7, 2023, 11:04 AM IST

ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପରେ ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi
Rahul Gandhi

ନୂଆଦିଲ୍ଲୀ: ପୁଣି ସଂସଦରେ ଗର୍ଜିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପରେ ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ମାର୍ଚ୍ଚ 24 ତାରିଖରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ଏହାକୁ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ପଲ୍ଲୀଠୁ ଦିଲ୍ଲୀ ସବୁଠି ଏହାକୁ ବିରୋଧ କରାଯାଇଥିଲା ।

କଣ ଥିଲା ମାମଲା: ଗତ 4 ବର୍ଷ ତଳେ ଅର୍ଥାତ 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ‘ସବୁ ମୋଦି ସାଙ୍ଗିଆଧାରୀ ଚୋର’ ବୋଲି କହିଥିଲେ ରାହୁଲ । ଏହାକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ଦାୟର କରିବା ପରେ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ଚେହେରା ହେବେ ରାହୁଲ: କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ

ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା କୋର୍ଟ ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିଲେ । ମାତ୍ର ଏହାର କିଛି ସମୟ ପରେ ରାହୁଲଙ୍କୁ ଜାମିନ ମିଳିଥିଲା । କିନ୍ତୁ ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା । ତଳ କୋର୍ଟ ରାୟ ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା ।

ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ମାନହାନୀ ମାମଲାରେ କ୍ଷମା ମାଗିବେ ନାହିଁ ବୋଲି କୋର୍ଟରେ କହିଥିଲେ । ଗତ ଜୁଲାଇ ମାସ 21 ତାରିଖରେ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଗୁଜୁରାଟ ସରକାରଙ୍କ ସମେତ ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଥିଲେ । ଜଷ୍ଟିସ ବି.ଆର ଗଭାଇଙ୍କ ନେତୃତ୍ବାଧିନ ତିନି ଜଣିଆ ଖଣ୍ଡପୀଠ ଅଗଷ୍ଟ 4 ତାରିଖରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍ ଲଗାଇଥିଲେ । ମାମଲାର ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ଦଣ୍ଡାଦେଶ ଉପରେ ରୋକ୍ ଲାଗିବ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Last Updated : Aug 7, 2023, 11:04 AM IST

ABOUT THE AUTHOR

...view details