ଓଡିଶା

odisha

ETV Bharat / bharat

ବିଶୃଙ୍ଖଳିତ ସଦସ୍ୟଙ୍କୁ ତାଗିତ; ଲୋକସଭା ବାରମ୍ବାର ମୁଲତବୀ

ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଲୋକସଭାରେ କ୍ଷୋଭ ପ୍ରକାଶ କରିଥିଲେ ବାଚସ୍ପତି ଓମ ବିର୍ଲା । ଗତକାଲି(ବୁଧବାର)ର ଗୃହରେ ବିରୋଧୀ ସଦସ୍ୟଙ୍କ ଅଶୋଭନୀୟ ଆଚରଣ ପାଇଁ ସାଂସଦ ମାନଙ୍କୁ ପାଠ ପଢାଇଥିଲେ ବାଚସ୍ପତି ।

LoksabhaUpdate
LoksabhaUpdate

By

Published : Jul 29, 2021, 11:53 AM IST

Updated : Jul 29, 2021, 12:41 PM IST

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହେଲା । ସଂସଦ ମୌସୁମୀ ଅଧିବେଶନରେ ଲାଗି ରହିଛି ଅଚଳାବସ୍ଥା । ଆଜି ବି ଧୋଇଗଲା ପ୍ରଶ୍ନକାଳ । ଉଭୟ ସଦନ ହେଲା ମୁଲତବୀ ।

ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଲୋକସଭାରେ କ୍ଷୋଭ ପ୍ରକାଶ କରିଥିଲେ ବାଚସ୍ପତି ଓମ ବିର୍ଲା । ଗତକାଲି(ବୁଧବାର)ର ଗୃହରେ ବିରୋଧୀ ସଦସ୍ୟଙ୍କ ଅଶୋଭନୀୟ ଆଚରଣ ପାଇଁ ସାଂସଦ ମାନଙ୍କୁ ପାଠ ପଢାଇଥିଲେ ବାଚସ୍ପତି । ସଂସଦ ହେଉଛି ଭାରତୀୟ ଗଣତନ୍ତ୍ରର ମନ୍ଦିର । ଏହି ମନ୍ଦିରରେ ଦେଶର ଭାଗ୍ୟ ବିଧାତା ନିର୍ଧାରଣ ହୋଇଥାଏ । ଆମେ ବିଶ୍ବର ସର୍ବବୃହତ ଗଣତନ୍ତ୍ରରେ ବସବାସ କରୁଛେ । ଆମର ଆଚରଣ ଉଚ୍ଚାରଣ ସମଗ୍ର ବିଶ୍ବ ଦେଖୁଛି । ସାଂସଦ ମାନେ କୌଣସି ବ୍ୟକ୍ତି ନୁହଁନ୍ତି, ଗୋଟିଏ ଗୋଟିଏ ଅନୁଷ୍ଠାନ । କାରଣ ଲକ୍ଷ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ବ ଆପଣ ମାନେ କରୁଛନ୍ତି । ଏହି ଗଣତନ୍ତ୍ର ମନ୍ଦିରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ବ ବୋଲି ବାଚସ୍ପତି ଓମ ବିର୍ଲା କହିଥିଲେ ।

ସେହିପରି ସମସ୍ତ ସଦସ୍ୟଙ୍କୁ ସମ୍ମାନ ଦେବା ଓ ସୁରକ୍ଷା ଦେବା ମୋର ଦାୟିତ୍ବ । ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ । ଏଠି ଗଠନ ମୂଳକ ଆଲୋଚନା, ସମାଲୋଚନା ବିତର୍କ ହୁଏ । କୌଣସି ଅଶୋଭନୀୟ ଆଚରଣ ନୁହେଁ ବୋଲି ବିରୋଧୀଙ୍କୁ କଡା ସନ୍ଦେଶ ଦେଇଥିଲେ । ଏହାବାଦ ଲୋକସଭାରେ ବିଶୃଙ୍ଖଳିତ ଆଚରଣ କଲେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାଇ ଦେଇ କ୍ଷୋଭର ସହ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଛନ୍ତି । ଅନ୍ୟପଟେ ରାଜ୍ୟସଭାରେ ପ୍ରାରମ୍ଭରୁ ହୋହାଲ୍ଲା ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 12:41 PM IST

ABOUT THE AUTHOR

...view details