ଓଡିଶା

odisha

ETV Bharat / bharat

Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ - ମୌସୁମୀ ଅଧିବେଶନ ଖବର

ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମଣିପୁର ଘଟଣାକୁ ନେଇ ହଙ୍ଗାମା ଆରମ୍ଭ କରିଦେଇଥିଲେ । ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କଲେ । କିନ୍ତୁ ସମ୍ଭବ ହେଲାନାହିଁ । ଫଳରେ ଲୋକସଭାକୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କଲେ । 12 ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଦିଆଯାଇଥିଲା । ଅଧିକ ପଢନ୍ତୁ

ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ
ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

By

Published : Jul 26, 2023, 8:49 PM IST

ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

ନୂଆଦିଲ୍ଲୀ: ମଣିପୁର ଘଟଣାକୁ ନେଇ ସଂସଦ ଅଚଳ । ଗତ 20 ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ । ମଣିପୁର ହିଂସା ଘଟଣାକୁ ନେଇ ପୁରା ବିରୋଧୀ ତଥା ନୂଆ ଗଠବନ୍ଧନ (ଇଣ୍ଡିଆ)ର ସାଂସଦ ମାନେ ସଡକରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା ହଟ୍ଟଗୋଳ ଜାରି ରଖିଛନ୍ତି । ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ତମାମ ପ୍ରୟାସ ସତ୍ବେ ସଂସଦ ସ୍ବାଭାବିକ ହୋଇପାରୁ ନାହିଁ । ସରକାରୀ ବିରୋଧୀ ଦଳର ତୁହାକୁ ତୁହା ବୈଠକ ବସୁଛି । ରଣନୀତି ହେଉଛି । କିନ୍ତୁ ସଂସଦ ଅଚଳ ହୋଇପଡିଛି । ବିରୋଧୀ ଦଳ ମଣିପୁର ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ସହ ସଂସଦରେ ଆଲୋଚନା ଦାବି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି । କିନ୍ତୁ ସଂସଦ ଅଚଳ ହୋଇ ରହିଛି ।

ଏହାବି ପଢନ୍ତୁ- Manipur violence: ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମଣିପୁର ଘଟଣାକୁ ନେଇ ହଙ୍ଗାମା ଆରମ୍ଭ କରିଦେଇଥିଲେ । ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କଲେ । କିନ୍ତୁ ସମ୍ଭବ ହେଲାନାହିଁ । ଫଳରେ ଲୋକସଭାକୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କଲେ । 12 ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ବାଚସ୍ପତି ଗ୍ରହଣ କରିବା ସହିତ ଆଲୋଚନା ପାଇଁ ନିୟମ ଅନୁସାରେ ପଦକ୍ଷେପ ନେବେ ବୋଲି କହିଥିଲେ ।

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ପୁଣି ଲୋକସଭା ଅପରାହ୍ନ 2 ଟା ଯାଏଁ ମୁଲତବୀ ହୋଇଗଲା । ଅପରାହ୍ନରେ ଲୋକସଭା ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ସରକାର କିଛି ବିଲ ଆଗତ ପାଇଁ ମନ୍ତ୍ରୀ ମାନଙ୍କୁ ଡାକିଥିଲେ । ଏହି ସେସନରେ ଫରେଷ୍ଟ କନଜରଭେସନ (ଆମେଣ୍ଡମେଣ୍ଡ) ବିଲ 2023 ଲୋକସଭାରେ ପାରିତ ହୋଇଥିଲା । ଏତତ ବ୍ୟତୀତ ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦ କନଷ୍ଟିଚ୍ୟୁସନ(ଜେଆଣ୍ଡକେ) ସିଡ୍ୟୁଲ ଟ୍ରାଇବ ଅର୍ଡର (ଆମେଣ୍ଡମେଣ୍ଡ) ବିଲ 2023 ଓ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର କୁମାର ‘ ଦ କନଷ୍ଟିଚ୍ୟୁସନ (ଜେଆଣ୍ଡକେ) କାଷ୍ଟର ଅର୍ଡର (ଆମେଣ୍ଡମେଣ୍ଡ ବିଲ) 2023 କୁ ଲୋକସଭାରେ ଆଗତ କରିଥିଲେ ।

ସେହିପରି ରାଜ୍ୟସଭାରେ ମଧ୍ୟ ଅଚଜାବସ୍ଥା ଲାଗି ରହିଥିଲା । ବିରୋଧୀଙ୍କ ଅନୁପସ୍ଥିତିରେ କିଛି ସମୟ ରାଜ୍ୟସଭା ଚାଲିବା ସହିତ, ଦ କନଷ୍ଟିଚ୍ୟୁସନ (ସିଡୁଲ ଟ୍ରାଇବ) ଅର୍ଡର (ଥାର୍ଡ ଆମେଣ୍ଡମେଣ୍ଡ) ବିଲ 2022 ରାଜ୍ୟସଭାରେ ପାସ ହୋଇଥିଲା । ଏହା ପରେ ଉଭୟ ସଦନକୁ ଆସନ୍ତାକାଲି ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ।

ଏହାବି ପଢନ୍ତୁ- Amit Shah Statement: ମଣିପୁର ଘଟଣା ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ଗୃହମନ୍ତ୍ରୀ

ସୂଚନାଯୋଗ୍ୟଯେ ସଂସଦର ମୌସୁମୀ ଅଧିବେଶନ ଗତ 20 ତାରିଖରୁ ଆରମ୍ଭ ହୋଇଛି । ଯାହା ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ । ଏହି ସ୍ବଳ୍ପକାଳୀନ ଅଧିବେଶନରେ କେନ୍ଦ୍ର ସରକାର ମୋଟ 31 ଟି ବିଲ ଆଣିବାକୁ ଯାଉଛନ୍ତି । ଅଧିବେଶନରେ ଆସିବାକୁ ଥିବା ବିଲ ମଧ୍ୟରେ ରହିଛି ଗଭରମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ(ଆମେଣ୍ଡମେଣ୍ଡ) ବିଲ 2023, ଦ ସିନେମାଟୋଗ୍ରାଫି (ଆମେଣ୍ଡମେଣ୍ଡ) ଆକ୍ଟ 2019, ଡିଏନଏ ଟେକ୍ନୋଲୋଜୀ ଆକ୍ଟ( ୟୁଜ ଆଣ୍ଡ ଆପ୍ଲିକେଶନ) ରେଗୁଲେସନ ବିଲ 2019, ଦ ମେଡିଏସନ ବିଲ2023, ଦ ବାୟୋଲୋଜିକାଲ ଡାଇଭର୍ସିଟି (ଆମେଣ୍ଡମେଣ୍ଡ) ବିଲ 2023, ଦ ମଲ୍ଟି ଷ୍ଟେଟ କୋ- ଅପେରେଟିଭ ସୋସାଇଟି (ଆମେଣ୍ଡମେଣ୍ଡ) ବିଲ 2022, ଦ ଜନ ବିଶ୍ବାସ (ଆମେଣ୍ଡମେଣ୍ଡ ଅଫ ପ୍ରୋଭିଜନ) ବିଲ 2023, ଦ ଫରେଷ୍ଟ (କନଜରଭେସନ) (ଆମେଣ୍ଡମେଣ୍ଡ) ବିଲ 2023, ଦ କନଷ୍ଟିଚ୍ୟୁସନ (ସିଡୁଲଟ୍ରାଇଭ) ଥାର୍ଡ (ଆମେଣ୍ଡମେଣ୍ଡ) ବିଲ 2022( ଫର ହିମାଚଳ ପ୍ରଦେଶ), ଦ ପୋଷ୍ଟାଲ ସର୍ଭିସ ବିଲ 2023, ଦ ନ୍ୟାସନାଲ କୋ-ଅପରେଟିଭ ୟୁନିଭର୍ସିଟି ବିଲ 2023, ଦ ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023, ଦ ପ୍ରୋଭିଜନାଲ କଲେକ୍ସସନ ଅଫ ଟାକ୍ସ ବିଲ 2023, ଦ ନ୍ୟାସନାଲ ଡେଣ୍ଟାଲ କମିଶନ ବିଲ 2023, ଦ ଡ୍ରଗ୍ସ ମେଡିକାଲ, ଡେଭାଇସ ଆଣ୍ଡ କସମେଟିକ୍ସ ବିଲ 2023, ଦ ଜମ୍ମୁ କାଶ୍ମୀର ରିଜର୍ଭଭେସନ (ଆମେଣ୍ଡମେଣ୍ଡ) ବିଲ 2023 ସମେତ ମୋଟ 31 ଟି ବିଲ କେନ୍ଦ୍ର ସରକାର ସଂସଦରେ ଆଗତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details