ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ଜୁନ 14 ଯାଏଁ ବଢିଲା ଲକଡାଉନ - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ସଂକ୍ରମଣ ହ୍ରାସ ପାଉନଥିବାରୁ ଜୁନ 14 ଯାଏଁ ଲକଡାଉନକୁ ବଢାଇଛନ୍ତି ସରକାର । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ଜୁନ 14 ଯାଏଁ ବଢିଲା ଲକଡାଉନ
କର୍ଣ୍ଣାଟକରେ ଜୁନ 14 ଯାଏଁ ବଢିଲା ଲକଡାଉନ

By

Published : Jun 4, 2021, 2:13 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ସଂକ୍ରମଣରେ ଲାଗୁନାହିଁ ବ୍ରେକ । ସଂକ୍ରମଣ ସେତେଟା ହ୍ରାସ ପାଇନଥିବାରୁ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଗୁରୁବାର ଲକଡାଉନକୁ ଜୁନ 14 ଯାଏଁ ବଢାଇ ଦେଇଥିବା ସୂଚନା ମିଳିଛି ।

ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସଂକ୍ରମଣରେ ବ୍ରେକ ଲାଗୁନଥିବା ବେଳେ ଧୀରେ ଧୀରେ ସ୍ଥିତି ଖରାପ ହେବାରେ ଲାଗିଛି । ଏଥିଲାଗି ଆଉ ଏକ ସପ୍ତାହ ପାଇଁ ଲକଡାଉନକୁ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆସନ୍ତା 1 ସପ୍ତାହ ମଧ୍ୟରେ ରାଜ୍ୟରେ କୋରୋନା ନିୟନ୍ତ୍ରଣକୁ ଆସିବ । ପଜିଟିଭ ହାର ପ୍ରାୟ 5 ପ୍ରତିଶତ କମିଗଲେ କଟକଣାକୁ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ପୂର୍ବରୁ ରାଜ୍ୟରେ ଜୁନ 7 ତାରିଖ ଯାଏଁ ଲକଡାଉନ ଲାଗୁ କରାଯାଇଥିଲା । ସଂକ୍ରମଣରେ ବୃଦ୍ଧି ପରେ ରାଜ୍ୟ ସରକାର ଗତ ମେ 10 ତାରିଖଠାରୁ ସମ୍ପୂର୍ଣ୍ଣ ଲକଡାଉନ ଆରମ୍ଭ କରିଥିଲେ । ଲକଡାଉନ ମଧ୍ୟରେ ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଉଥିବା ବେଳେ କେବଳ ଜରୁରୀକାଳୀନ ସେବା ପାଇଁ ଘରୁ ବାହାରିବାକୁ କୁହାଯାଇଛି । ସେପଟେ ରାଜ୍ୟରେ ବର୍ତ୍ତମାନ 2 ଲକ୍ଷ 93 ହଜାର 45ଟି ସକ୍ରିୟ ମାମଲା ରହିଛି ।

@ANI

ABOUT THE AUTHOR

...view details