ଚେନ୍ନାଇ: ତାମିଲନାଡୁରେ କମୁନି ସଂକ୍ରମଣ । ବର୍ତ୍ତମାନ ରାଜ୍ୟରେ 10 ହଜାର ଉପରେ ରହୁଛି ପଜିଟିଭ ସଂଖ୍ୟା । ମହାମାରୀ ସ୍ଥିତିକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଲକଡାଉନ ଆଉ ଏକ ସପ୍ତାହ ବା ଜୁନ 28 ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । କିନ୍ତୁ କିଛିଟା କଟକଣାକୁ ମଧ୍ୟ କୋହଳ କରାଯାଇଛି ।
ରବିବାର ରାଜ୍ୟରେ 10 ହଜାର 229 କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାର ଲକଡାଉନକୁ ବଢାଇଛନ୍ତି । ସେପଟେ 180 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 18 ହଜାର 232 ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଲକଡାଉନ ଅବଧିକୁ ସରକାର ବଢାଇବା ସହିତ କିଛି ଟା କଟକଣାକୁ କୋହଳ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚେନ୍ନାଇ ମେଟ୍ରୋ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲୁ ରହିବା ସହିତ ସିନେମା, ଟିଭି ସରିଏଲ ସୁଟିଂ ଆଦି 100 ଜଣଙ୍କୁ ନେଇ ହେବ । ଚେନ୍ନାଇ, ଥିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗାଲପେଟ ଅଞ୍ଚଳକୁ 50 ପ୍ରତିଶତ ଯାତ୍ରୀଙ୍କ ସହିତ ଯାତାୟତ ହୋଇପାରିବ ।