ଓଡିଶା

odisha

By

Published : Jun 14, 2021, 10:34 AM IST

ETV Bharat / bharat

ହରିୟାଣାରେ ଜୁନ୍ 21 ପର୍ଯ୍ୟନ୍ତ ବଢିଲା ଲକଡାଉନ

ହରିୟାଣାରେ ପୁଣି ବଡିଲା ଲକଡାଉନ । ଜୁନ୍ 21 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ହରିୟାଣାରେ ଜୁନ୍ 21 ପର୍ଯନ୍ତ ବୃଦ୍ଧି ହେଲା ଲକଡାଉନ
ହରିୟାଣାରେ ଜୁନ୍ 21 ପର୍ଯନ୍ତ ବୃଦ୍ଧି ହେଲା ଲକଡାଉନ

ଚଣ୍ଡିଗଡ:ହରିୟାଣାରେ ପୁଣି ବଡିଲା ଲକଡାଉନ । ଜୁନ୍ 21 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ରାଜ୍ୟ ସରକାର । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି ହରିୟାଣା ସରକାର ।

ଏନେଇ ନୂତନ ନିର୍ଦ୍ଦେଶାବଳୀ ମଧ୍ୟ ଲାଗୁ କରାଯାଇଛି । ପ୍ରତିଦିନ ଦୋକାନ ଗୁଡିକୁ ସକାଳ 9ରୁ ରାତି 8ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । ମଲ୍ ଗୁଡିକୁ ସକାଳ 10 ରୁ ରାତି 8ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି | ଜିମ୍ ଗୁଡିକ ସକାଳ 6ରୁ 8ଟା ପର୍ଯନ୍ତ ଖୋଲା ରହିବ । କିନ୍ତୁ ସ୍ପା ଗୁଡିକ ବନ୍ଦ ରହିବ ।

ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ସକାଳ 10ରୁ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ହରିୟାଣା ସରକାରଙ୍କ ଦ୍ବାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।

ତେବେ କୋଭିଡ କଟକଣା ମଧ୍ୟରେ ଧାର୍ମିକ ସ୍ଥାନଗୁଡିକ 21 ଜଣ ବ୍ୟକ୍ତିଙ୍କ ସହିତ ଏକ ସମୟରେ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି କର୍ପୋରେଟ୍ ଅଫିସ୍ 50% କର୍ମଚାରୀଙ୍କୁ ନେଇ ଖୋଲିବ । ବିବାହ, ଅନ୍ତିମ ସଂସ୍କାର ଏବଂ ମୃତଦେହ ସତ୍କାର ପାଇଁ 21 ଜଣଙ୍କୁ ଅନୁମତି ଦିଆଯିବ ।

କ୍ରୀଡା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମଗୁଡିକ କେବଳ କ୍ରୀଡା କାର୍ଯ୍ୟକଳାପ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି ଏବଂ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ | ସରକାରୀ କିମ୍ବା ବେସରକାରୀ ସମସ୍ତ କଲେଜ, କୋଚିଂ ପ୍ରତିଷ୍ଠାନ, ଲାଇବ୍ରେରୀ ଏବଂ ତାଲିମ ପ୍ରତିଷ୍ଠାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।

@ANI

ABOUT THE AUTHOR

...view details