ଓଡିଶା

odisha

By

Published : Jan 25, 2022, 10:03 PM IST

ETV Bharat / bharat

ରାଜ୍ୟପାଳ ପୋଲିସ ପଦକ ସମ୍ମାନ ୨୦୨୧, ତାଲିକାରେ ୨୦ ଅଧିକାରୀ ଓ କର୍ମଚାରୀ

ରାଜ୍ୟପାଳ ପୋଲିସ ପଦକ ସମ୍ମାନ ୨୦୨୧ ପାଇଁ ମନୋନିତ ହେଲେ ୨୦ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ । ତାଲିକା ଜାରି କଲା ଗୃହ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟପାଳ ପୋଲିସ ପଦକ ସମ୍ମାନ ୨୦୨୧, ତାଲିକାରେ ୨୦ ଅଧିକାରୀ ଓ କର୍ମଚାରୀ
ରାଜ୍ୟପାଳ ପୋଲିସ ପଦକ ସମ୍ମାନ ୨୦୨୧, ତାଲିକାରେ ୨୦ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର:ବର୍ଷ ୨୦୨୧ ପାଇଁପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ଆଜି ଗୃହ ବିଭାଗ ଜାରି କରିଥିବା ତାଲିକାରେ ଓଡିଶା ପୋଲିସର ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ରହିଛନ୍ତି । ଏହି ପଦକ ତାଲିକାରେ ୨ ଜଣ IG ପାହ୍ୟାର ଅଧିକାରୀଙ୍କ ସହ ୨ଜଣ SP ପାହ୍ୟାର ଅଧିକାରୀ ମଧ୍ୟ ରହିଛନ୍ତି । ଏଥିସହ ଦୁଇଜଣ ଅତିରିକ୍ତ ଏସପି ପାହ୍ୟାର ଅଧକାରୀଙ୍କ ସହ ୩ ଜଣ ଇନସପେକ୍ଟର ପାହ୍ୟାର ଅଫିସରଙ୍କୁ ତାଲିକାଭୂକ୍ତ କରାଯାଇଛି ।

ସେହିପରି ୩ଜଣ ଏସଆଇ ରାଙ୍କ ଅଫିସରଙ୍କ ସହ ୨ଜଣ ଆସିଷ୍ଟାଣ୍ଟ ଏ.ସଆ.ଇ ରାଙ୍କର ଅଫିସର ଓ ଜଣେ ଡେପୁଟି ସୁବେଦାର ରହିଛନ୍ତି । ଏଥିସହ ୫ଜଣ କନଷ୍ଟେବଳଙ୍କୁ ଏହି ପଦକ ତାଲିକାରେ ସ୍ଥାନ‌ ମିଳିଛି ।

ରାଜ୍ୟପାଳ ପୋଲିସ ପଦକ ସମ୍ମାନ ୨୦୨୧, ତାଲିକାରେ ୨୦ ଅଧିକାରୀ ଓ କର୍ମଚାରୀ

ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା:-

IGP
1.ପ୍ରବୀଣ କୁମାର, ଆଇଜି ହେଡକ୍ବାର୍ଟର
2.ଅସିତ କୁମାର ପାଣିଗ୍ରାହୀ, ଆଇଜି ଭିଜିଲାନ୍ସ
SP
1.ଚରଣ ସିଂ ମିନା, ଏସପି ଭଦ୍ରକ
2.ପିନାକି ମିଶ୍ର ,ଏସପି ବ୍ରହ୍ମପୁର


Additional SP

1.ତପନ କୁମାର‌ ମହାନ୍ତି , ଅତିରିକ୍ତ ଏସପି, ସମ୍ବଲପୁର
2.ମାଧବାନନ୍ଦ ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଟ, ଏସଓଜି


Inspector

1.ଶ୍ରିନିବାସ ଦୋରା, ଇନସ୍ପେକ୍ଟର, ଏସାଇଡବ୍ଲୁ
2.ରତ୍ନପ୍ରଭା ଶତପଥି, ଇନସ୍ପେକ୍ଟର, ସିଆଇଡି କଟକ
3.ସୁରେଶ କୁମାର ତ୍ରିପାଠୀ, ଇନସ୍ପେକ୍ଟର ବ୍ରହ୍ମପୁର


SI
1.ପ୍ରଦ୍ୟୁମ୍ନ କୁମାର‌ ନନ୍ଦ, SI ସିଆଇଡି କଟକ
2.ସୁଦର୍ଶନ ଅଧିକାରୀ, SI କୋରାପୁଟ
3.ସାଗର ପ୍ରସାଦ ଯୋଶି, ଡେପୁଟି ସୁବେଦାର, ଓଏସଏପି ଝାରୁସୁଗୁଡା


ASI
1.ସିମାଚଳ ବେହେରା,ASIକୋରାପୁଟ
2.ପ୍ରଣବ କୁମାର ନାୟକ, ASI ଭିଜିଲାନ୍ସ
3.ଅଶୋକ କୁମାର‌ ସାମନ୍ତରାୟ, ଡେପୁଟି ସୁବେଦାର ଟିଟିଆଇ


CONSTABLE
1. କିରଣ ଚନ୍ଦ୍ର ପାତ୍ର, ରାୟଗଡା
2. ଗୋତମ ପାତ୍ର, କୋରାପୁଟ
3. ସୁକେଶ ପ୍ରଧାନ, ଅନୁଗୁଳ
4. ସୁଶାନ୍ତ କୁମାର‌ ରାଉତରାୟ, ଏସ ଆଇ ଡବ୍ଲୁ
5. ରଶ୍ମିରେଖା ପଣ୍ଡା, ଭିଜିଲାନ୍ସ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details