ଓଡିଶା

odisha

ETV Bharat / bharat

ଦୀପାବଳିରେ ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ମୋଦିଙ୍କ ଅନୁରୋଧ - modi tweet

ଦୀପାବଳିକୁ ନେଇ ଦେଶବାସୀଙ୍କୁ ଟ୍ବିଟ ଯୋଗେ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀପାବଳି ଦିନ ସୀମାରେ ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କ ପାଇଁ ଏକ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅଧିକ ପଢ଼ନ୍ତୁ...

ଦୀପାବଳିରେ ଯବାନମାନଙ୍କ ପାଇଁ ଦୀପଟିଏ ଜାଳନ୍ତୁ: ମୋଦି
ଦୀପାବଳିରେ ଯବାନମାନଙ୍କ ପାଇଁ ଦୀପଟିଏ ଜାଳନ୍ତୁ: ମୋଦି

By

Published : Nov 13, 2020, 8:56 PM IST

ନୂଆଦିଲ୍ଲୀ: ଦୀପାବଳିକୁ ନେଇ ଦେଶବାସୀଙ୍କୁ ଟ୍ବିଟ ଯୋଗେ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀପାବଳି ଦିନ ସୀମାରେ ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କ ପାଇଁ ଏକ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଦେଶର ଯବାନଙ୍କ ଦୀପିଟିଏ ଜାଳିବାକୁ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ଭିଡିଓ ସେୟାର କରି କହିଛନ୍ତି ଯେ, "ଏହି ଦୀପାବଳିରେ ଆମେ ଆମର ବୀର ଯବାନମାନଙ୍କୁ ଭୁଲିବା ନାହିଁ। ପ୍ରତ୍ୟେକ ପର୍ବରେ ଆମ ବୀର ଯବାନମାନେ ଦେଶର ସୁରକ୍ଷା ପାଇଁ ସୀମା ସଜାଗ ରହୁଛନ୍ତି। ଭାରତ ମାତାର ସେବା କରିବା ପାଇଁ ଏହି ଯବାନମାନେ ନିଜ ଜୀବନ ଉତ୍ସର୍ଗ ରକିଛନ୍ତି। ଏହି ପବିତ୍ର ଦୀପାବଳିରେ ଆମେ ସେମାନଙ୍କୁ ଭୁଲି ଯିବାନି। ମୁଁ ମୋର ବୀର ଯବାନ ମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି। ଆପଣ ଦେଶର ସୀମାରେ ନିଜକୁ ଏକୁଟିଆ ଭାବନ୍ତୁ ନାହିଁ। ଆପଣଙ୍କ ସହିତ ପୂରା ଦେଶ ଅଛି। ଆପଣଙ୍କ ପାଇଁ କାମନା କରୁଛି। ମୁଁ ସେହି ପରିବାର ଲୋକଙ୍କୁ ବି ପ୍ରଣାମ କରୁଛି। ଯେଉମାନେ କୌଣସି ନା କୌଣସି ଦେଶର ଦାୟିତ୍ବ ଯୋଗୁଁ ନିଜ ଘରୁ ବାହାରେ ରହିଛନ୍ତି।"

ମୋଦି ଭିଡିଓ ସହ ଟ୍ବିଟ୍ କରିଛନ୍ତି ଯେ, ଚଳିତ ଦୀପାବଳିରେ ଦେଶର ବୀର ଯବାନମାନଙ୍କ ପାଇଁ ଦୀପ ଟିଏ ଜାଳିବାକୁ ମୁଁ ନିବେଦନ କରୁଛି। ଏହି ଯବାନମାନଙ୍କ ଶବ୍ଦ ନାହିଁ ମୋ ପାଖରେ। ସେମାନଙ୍କୁ ଯେତେ ଯାହା କହିଲେ କମ ହେବ। ଯେଉଁ ପରିବାରର ଯବାନ ମାନେ ଦେଶରେ ସୀମାରେ ରହି ଦେଶର ସୁରକ୍ଷା କରୁଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି।

ଶୁକ୍ରବାର ଜମ୍ମୁ ଓ କାଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ 3 ଜଣ ଯବାନ ଶହୀଦ ହୋଇଛନ୍ତି। ଏହାସହ 3 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏହାସହ ବହୁ ସ୍ଥାନୀୟ ଲୋକେ ଗୁରୁତର ଆହତ ହୋଇଛନ୍ତି। ଏହାପରେ ମୋଦି ଟ୍ବିଟରରେ ଭିଡିଓ ସେୟାର କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details