ମକ୍ଲଲ ନିଧି ମୈୟାମର ସଭାପତି ତଥା ଚଳଚ୍ଚିତ୍ର ଅଭିନେତାରୁ ମୁଖ୍ୟମନ୍ତ୍ରୀ ଆଶାୟୀ ବନିଥିବା କମଲ ହାସାନ କୋଏମ୍ବାଟୁର (ଦକ୍ଷିଣ) ଆସନରୁ ତାମିଲନାଡୁ ବିଧାନସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହେବା ଲାଗି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । 2021 ଏପ୍ରିଲ 6 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ସେ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ହେଲେ ସେ ତାଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ବାହାର କରି ଇଟିଭି ଭାରତର ବରିଷ୍ଠ ପ୍ରତିନିଧି ଏସ୍. ଶ୍ରୀନିବାସନଙ୍କୁ ସାକ୍ଷାତକାର ଦେଇଛନ୍ତି ଏବଂ ଅନେକ ପ୍ରସଙ୍ଗ ଉପରେ ସିଧାସଳଖ ଉତ୍ତର ରଖିବା ସହ ତାଙ୍କ ଦଳକୁ ବିଜେପିର ବି-ଟିମ୍ କୁହାଯାଉଥିବା କଳ୍ପନାଜଳ୍ପନା ସମ୍ପର୍କରେ ନିଜର ମତ ରଖିଛନ୍ତି ।
ଆସନ୍ତୁ ନଜର ପକାଇବା ସାକ୍ଷାତକାରର କିଛି ଉଦ୍ଧୃତାଂଶ...
ପ୍ର: ଘରକାମ କରୁଥିବା ମହିଳାଙ୍କ ପାଇଁ ମାସିକ ବେତନ...ଏହା ସେମାନଙ୍କର ସଶକ୍ତିକରଣକୁ ବିରୋଧ କରୁନାହିଁ କି ?
ଉ: ମହିଳାମାନେ ସେମାନଙ୍କ କାମ କରିଥାନ୍ତି ଏବଂ ଦେଶର ଜିଡିପିରେ ଏହା ହେଉଛି ଅବଦାନ । ଅର୍ଥନୀତିରେ ସେମାନଙ୍କ ଭୂମିକାକୁ ଆମେ ସ୍ବୀକାର କରୁଛେ ଏବଂ କାମ କରିବା ଅର୍ଥ ନୁହେଁ ଦାସତ୍ବ, ଏହା ହେଉଛି ସେମାନଙ୍କ ସ୍ବୀକୃତି । ଅଧିକନ୍ତୁ ସେମାନେ (ମହିଳା) ସେମାନଙ୍କର କାମ ପାଇଁ ମଜୁରୀ ପାଆନ୍ତି, ଏହାର ଅର୍ଥ ନୁହେଁ ଆମେ ସେମନଙ୍କୁ ବାହାରକୁ ବାହାରିବାରେ ପ୍ରତିବନ୍ଧକ ଲଗାଇବା । ସେମାନେ ପାଠ ପଢିପାରିବେ, ଯେ କୌଣସି ସ୍ଥାନରେ କାମ କରିପାରିବେ । ସେମାନଙ୍କର ମଜୁରୀ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା କେବଳ ମାତ୍ର ପୁଞ୍ଜିନିବେଶ; ଏହା ହେଉଛି ମାନବସମ୍ବଳ । ଏପର୍ଯ୍ୟନ୍ତ ଆମେ ଏଥିପ୍ରତି ଦୃଷ୍ଟି ଦେଇନାହୁଁ ଯାହାକି ଏକ ପ୍ରକାର ବୋକାମୀର ପରିଚାୟକ । ଏହା ହଟାଇବାକୁ ଆମେ ଚାହୁଁଛୁ । ଶହେବର୍ଷ ପୂର୍ବେ ଶ୍ରମିକଙ୍କ ପାଇଁ କାମ କରିବା ଲାଗି ଆଠ ଘଣ୍ଟା ସମୟସୀମା ଧାର୍ଯ୍ୟ ପ୍ରସ୍ତାବ ଆଶ୍ଚର୍ଯ୍ୟ କରିଥିଲା । ସେହିପରି ଏବେ ଯେତେବେଳେ ଆମେ ଘରୋଇ କାମ ପାଇଁ ମହିଳାଙ୍କୁ ମଜୁରୀ ଦେବା କଥା କହୁଛୁ ସେତେବେଳେ ଏହା ଆମକୁ ଆଶ୍ଟର୍ଯ୍ୟ ଲାଗୁଛି । ମୋଟଉପରେ ଏହା ହେଉଛି ସେମାନଙ୍କର ଅଧିକାର । ମୁଁ ଏହା ହିଁ ଭାବୁଛି ।
ପ୍ର: ଆପଣଙ୍କ ଦଳର ନାଁ (ମୈୟାମ ଅର୍ଥ ମଧ୍ୟମ)ର ଅର୍ଥ ମଧ୍ୟମ ପନ୍ଥା ଗ୍ରହଣ କରିବା । ଅନେକ ଦଳିତ ସମ୍ପ୍ରଦାୟର ଲୋକେ ବିଭିନ୍ନ ସ୍ଥାନରେ ଅଛନ୍ତି । ସମସ୍ତ ଦଳିତଙ୍କ ପଛରେ ଛିଡ଼ା ହେବା ଆପଣଙ୍କ ପାଇଁ ସମ୍ଭବପର କି ?
ଉ: ଦଳିତ ଲୋକ ଅନ୍ୟ କୌଣସି ଗ୍ରହରୁ ଆସୁଥିବା ଆଲିଏନସ ନୂହଁନ୍ତି । ସେମାନେ ମୋର ଭାଇ । ଐତିହାସିକ ଭୁଲ୍, ଜାତିଗତ ଭୁଲ୍ କାରଣରୁ ସେମାନେ ବର୍ତ୍ତମାନ ଏହି ଅବସ୍ଥାରେ ଅଛନ୍ତି । ଏହାକୁ ସଜାଡିବା ହେଉଛି ମୋର କର୍ତ୍ତବ୍ୟ, ଆମର କର୍ତ୍ତବ୍ୟ। ଆମକୁ ଏହାକୁ ଜାରି ରଖିବା ଉଚିତ୍ । ଏପରିକି ମାତ୍ର 10 ଜଣ ଲୋକ ତଳେ ରହିଗଲେ ବି ସେମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ, ଏହା ନହେବା ଯାଏଁ ଆମକୁ ଆମ କାମ ବନ୍ଦ ନକରିବା ଉଚିତ୍ । ଏହା ହେଉଛି ଆମର ଲକ୍ଷ୍ୟ ।
ପ୍ର: ଆରକ୍ଷଣ ନେଇ ଆପଣଙ୍କ ମତ କ’ଣ ?
ଉ:ଦଳିତଙ୍କୁ ଉପଯୁକ୍ତ ସ୍ଥାନ ଦେବାକୁ ସରକାର ବାଧ୍ୟ । ଏହା ମଧ୍ୟ ମଣିଷର ମଣିଷ ପ୍ରତି କର୍ତ୍ତବ୍ୟ । ଜଣେ ସତର୍କ ରହିବା ଉଚିତ୍, ଯାହାକୁ ନେଇ ରାଜନୈତିକ ଖେଳ ଖେଳିବା ଠିକ୍ ନୁହେଁ, କାହାରି ଇଚ୍ଛା ଓ କଳ୍ପନା ଉପରେ ଏହା ହେବା ଉଚିତ୍ ନୁହେଁ। ଅବଶ୍ୟ ଜାତିଭିତ୍ତିକ ଜନଗଣନାକୁ ଆଧାର କରି ଏହା କରାଯାଇପାରେ। ଅବଶ୍ୟ ତରବରିଆ ଭାବେ କିଛି କରାଯିବା ଠିକ୍ ନୁହେଁ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଅଛି କି ନାହିଁ ତାହା ଜାଣିବା ପରେ ଆପଣ ଜଣେ ବ୍ୟକ୍ତିଙ୍କୁ ଚେକ୍ ଦେଇପାରିବେ। ଟଙ୍କା ନଥିବା ବେଳେ ଯଦି ଆପଣ ଏକ ଚେକ୍ ଦିଅନ୍ତି ତାହାକୁ ‘ରବର ଚେକ୍’ କୁହାଯାଏ, ଏହା ବାଉନ୍ସ ହେବ । ଆମର ‘ସମ୍ମିଳିତ ସମାଜ’ରେ ସମସ୍ତଙ୍କ ପାଇଁ ସ୍ଥାନ ରହିବା ଉଚିତ୍। ଏହା ହେବା ଉଚିତ୍ । ଆମେ ସମସ୍ତେ ସେ ଦିଗରେ କାର୍ଯ୍ୟ କରିବା ।
(ସବୁଠାରୁ ପଛୁଆ ଜାତି ଏବଂ ଅଣ ଘୋଷିତ ସମ୍ପ୍ରଦାୟ ପାଇଁ ଥିବା ସ୍ଥାନ ସଂରକ୍ଷଣ ଭିତରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବାନିୟାରଙ୍କ ପାଇଁ ଏଆଇଏଡିଏମକେ 10.5 ପ୍ରତିଶତ କୋଟା ପ୍ରଦାନ କରିଛି)
ପ୍ର: ଆବେଦନପତ୍ରରୁ ଜାତି କଲମ୍ ବାଦ୍ ଦେବେ କି, ଜାତି ବ୍ୟବସ୍ଥା ଉଚ୍ଛେଦ କରିବେ କି ।