ଓଡିଶା

odisha

By

Published : Nov 22, 2022, 10:54 PM IST

ETV Bharat / bharat

LeT Terror Module Busted: LeT ଟେରର ମଡ୍ୟୁଲ ଧ୍ୱଂସ, 2 ଆତଙ୍କୀ ସମେତ 4 ଗିରଫ

କାଶ୍ମୀରରେ ଲସ୍କର ଏ ତୋଇବା(LeT)ର ମଡ୍ୟୁଲ ଧ୍ବଂସ କଲା ସୁରକ୍ଷାବଳ । 2 ଆତଙ୍କୀ ସମେତ 4 ଗିରଫ (LeT terror module busted in JK )। ରାଇଫଲ ସହ ଏକାଧିକ ମାରଣାସ୍ତ୍ର ଓ ବିସ୍ଫୋରକ ଜବତ । ଅଧିକ ପଢନ୍ତୁ

LeT terror module busted in J&K: ଟେରର ମଡ୍ୟୁଲ ଧ୍ବଂସ, 2 ଆତଙ୍କୀ ସହ 4 ଗିରଫ
LeT terror module busted in J&K: ଟେରର ମଡ୍ୟୁଲ ଧ୍ବଂସ, 2 ଆତଙ୍କୀ ସହ 4 ଗିରଫ

ଶ୍ରୀନଗର:କାଶ୍ମୀରରେ ଲସ୍କର ଏ ତୋଇବାର ଟେରର ମଡ୍ୟୁଲକୁ ଠାବ କରି ଧ୍ବଂସ କରିଛି ସୁରକ୍ଷାବଳ । ଏହି କାର୍ଯ୍ୟାନୁଷ୍ଠାନରେ 2 ଆତଙ୍କବାଦୀଙ୍କ ସମେତ ମୋଟ 4ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ଆଜି ବାନ୍ଦିପୋରାରେ ସେନା ଅପରେସନ ବେଳେ ଏହି ସଫଳତା ମିଳିଛି । ଏହି ମଡ୍ୟୁଲଟି ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଲସ୍କର-ଏ ତୋଇବାର ବୋଲି ସ୍ପଷ୍ଟ ହୋଇଛି (LeT terror module busted in JK )। ଏହି ଅଭିଯାନରେ ସ୍ଥାନୀୟ ବାନ୍ଦିପୋରା ପୋଲିସ, ରାଷ୍ଟ୍ରୀୟ ରାଇଫଲ ଓ ସିଆରପିଏଫ ଯବାନ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ ।

ଗିରଫ ଦୁଇ ଆତଙ୍କବାଦୀ ମୁସିବ ମିର ଏ କେ ଏ ମୋୟା (Musaib Mir a.k.a. Moya ) ଅଫରଫାତ ଫାରୁକ ଓ୍ବେଗୀ ଏ କେ ଏ ଆଦିଲ । ଉଭୟ ସ୍ଥାନୀୟ ବାନ୍ଦିପୋରାର ବସିନ୍ଦା । ଉଭୟ ଗତ କିଛି ମାମ ହେବ ଆତଙ୍କୀ ସଂଗଠନ ଲସ୍କର ପାଇଁ କାର୍ଯ୍ୟ ଜାରି ରଖିଥିବା ନେଇ ପୋଲିସ ସୂଚନା ଦେଇଛି । ସେହିପରି ଅନ୍ୟ ଦୁଇ ଗିରଫ ଆତଙ୍କୀ ସହଯୋଗୀ ବୋଲି ପୋଲିସ କହିଛି । ସେମାନଙ୍କ ଠାରୁ ଏ କେ-47 ଓ 56 ରାଇଫଲ, ପ୍ରଚୁର ଗୁଳିଗୋଳା, ଅନ୍ୟ ମାରଣାସ୍ତ୍ର, ଆରଡିଏକ୍ସ, ଡିଟୋନେଟର ପରି ବପୁଳ ବିସ୍ଫୋରକ ମଧ୍ୟ ଜବତ ହୋଇଛି ।

ଏମାନେ ଘାଟିରେ ନିକଟରେ ହୋଇଥିବା ବହୁ ଆତଙ୍କୀ ଆକ୍ରମଣରେ ସାମିଲ ଥିଲେ । ଆଗକୁ ମଧ୍ୟ ବଡ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ବେଳେ ଏମାନଙ୍କ ସମ୍ପର୍କେର ଗୁଇନ୍ଦା ତଥ୍ୟ ସେନା ହାତରେ ଲାଗିଥିଲା । ଆଜି ଏହି ଅପରେସନରେ ଏମାନଙ୍କୁ ଗିରଫ କରିଛି ସୁରକ୍ଷାବଳ । ସମସ୍ତଙ୍କୁ ଜେରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details