ଓଡିଶା

odisha

ETV Bharat / bharat

ଅତିକ ହତ୍ୟାକାଣ୍ଡ ଦେଲା ଶିକ୍ଷା, ଗ୍ୟାଙ୍ଗଷ୍ଟରକୁ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧାଇଲା ରାଜସ୍ଥାନ ପୋଲିସ

ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି କୋର୍ଟରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟାର । ଅତିକ ହତ୍ୟାକାଣ୍ଡ ପରେ ରାଜସ୍ଥାନ ପୋଲିସ ଏପରି ସତର୍କତା ଅବଲମ୍ବନ କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 21, 2023, 5:17 PM IST

ଜୟପୁର: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅଶ୍ରଫର ହତ୍ୟାକାଣ୍ଡ ସାରା ଦେଶରେ ଚହଳ ପକାଇଛି । ତେବେ ଏହି ହତ୍ୟାକାଣ୍ଡରୁ ଶିକ୍ଷାଲାଭ କରିଛି ରାଜସ୍ଥାନ ପୋଲିସ । ଆଗୁଆ ସତର୍କତା ଅବଲମ୍ବନ କରି କୁଖ୍ୟାତ ଅପରାଧୀ ବିକ୍ରମ ଲାଡେନକୁ ବୁଲେଟ ପ୍ରୁଫ ଜ୍ୟାକେଟ ସହ ଶୁକ୍ରବାର ବେହରୁର କୋର୍ଟରେ ହାଜର କରିଛି । ଲାଡେନ ବିରୋଧରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଆଜି କୋର୍ଟରେ ହାଜର କରିବା ସମୟରେ କଡ଼ା ସୁରକ୍ଷାର ସହିତ ପୋଲିସ ନେଇଥିବା ଦେଖିବାକୁ ମିଳିଥିଲା ।

ଅତିକ ଅହମ୍ମଦ ଓ ଅଶ୍ରଫକୁ ମେଡିକାଲ ଚେକଅପ ନିଆଯାଉଥିବା ବେଳେ କିଛି ଦୁର୍ବୃତ୍ତ ହଠାତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ମାଫିଆ ବ୍ରଦର୍ସଙ୍କ ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ପରେ ରାଜସ୍ଥାନ ପୋଲିସ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ପୂର୍ବରୁ ଆଗୁଆ ସତର୍କତା ଅବଲମ୍ବନ କରିଛି । ଆଜି ବେହରୁର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଲାଡେନକୁ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧାଯାଇ ନିଆଯାଇଥିଲା । ଖାଲି ସେତିକି ନୁହେଁ, ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ଲାଡେନ ବିରୋଧରେ ଅସଦାଚରଣ, ହତ୍ୟା, ଚୋରି, ତସ୍କରୀ ଭଳି ମାମଲା ରହିଛି ।

ଏହା ବି ପଢନ୍ତୁ- Poonch Attack: ଆତଙ୍କୀ ହାମଲା ପରେ ସେନାର ବଡ ଅପରେସନ୍, 7 ଆତଙ୍କୀଙ୍କୁ ଖୋଜୁଛି ଡ୍ରୋନ

ଲାଡେନ ୬ଟି ମାମଲାରେ କୋର୍ଟରେ ହାଜର ହୋଇନଥିଲା । ଆଜି ହାଜର ସମୟରେ ଲାଡେନଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟରେ ଦେଖିବାକୁ ମିଳିଥିଲା । ଲାଡେନ ହାଜର ହେବା ପୂର୍ବରୁ କୋର୍ଟ ପରିସରରେ ଯାଞ୍ଚ କରାଯାଇଥିଲା । ଏହାପରେ ତାକୁ ହାଜର କରାଯାଇଥିଲା । ଆଜି କୋର୍ଟ ପ୍ରୋସିଡିଂ ପରେ ତାକୁ ଜୟପୁର ଜେଲକୁ ନିଆଯାଇଥିଲା । ସୂଚନା ଥାଉ କି କୁଖ୍ୟାତ ଅପରାଧି ଜସରାମ ଗୁର୍ଜର ଓ ଗ୍ୟାଙ୍ଗଷ୍ଟାର ଲାଡେନ ମଧ୍ୟରେ ଗ୍ୟାଙ୍ଗ ୱାର ହୋଇଥିଲା । ଏହାପରେ ଲାଡେନ ଗତ ୩ବର୍ଷ ପୂର୍ବେ ଜସରାମକୁ ଗୁଳି କରି ହତ୍ୟା କରିଥିଲା ।

ଏହାପରେ ଗତ ୨ମାସ ପୂର୍ବରୁ ଲାଡେନକୁ ମେଡିକାଲ ଚେକଅପ ପାଇଁ ନିଆଯାଇଥିବା ବେଳେ ଜସରାମର ସହଯୋଗୀ ତା' ଉପରକୁ ଗୁଳିମାଡ଼ କରିଥିଲେ । ମାତ୍ର ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲା ଲାଡେନ । ହେଲେ ଘଟଣାରେ ୨ ମହିଳାଙ୍କୁ ଗୋଡ଼ରେ ଗୁଳି ବାଜିଥିଲା । ସେପଟେ ଅତିକକୁ ଯେତେବେଳେ ପ୍ରଥମେ ପ୍ରୟାଗରାଜ ଅଣାଯାଇଥିଲା, ସେତେବେଳେ ପୋଲିସ ତାର ଏନକାଉଣ୍ଟର କରିବ ବୋଲି କୁହାଯାଉଥିଲା । ଏ ନେଇ ଅତିକ ଓ ତାର ପରିବାର ସଦସ୍ୟ ମଧ୍ୟ ଆଶଙ୍କା କରିଥିଲେ । ମାତ୍ର ଅନ୍ୟ ୩ ଦୁର୍ବୃତ୍ତ ଗ୍ୟାଙ୍ଗଷ୍ଟାର ହେବା ଲାଗି ଅତିକକୁ ହତ୍ୟା କରିଥିଲେ ।

ABOUT THE AUTHOR

...view details