ଓଡିଶା

odisha

By

Published : Jun 21, 2021, 9:47 PM IST

ETV Bharat / bharat

ତୈଳଦର ବୃଦ୍ଧି: ଜୁନ 30ରେ ଆନ୍ଦୋଳନ କରିବ LDF

ତୈଳଦର ବୃଦ୍ଧିକୁ ନେଇ କେରଳରେ LDF ଜୁନ 30 ତାରିଖରେ ଗଣ ବିକ୍ଷୋଭ କରିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ତୈଳଦର ବୃଦ୍ଧି: ଜୁନ 30ରେ ଆନ୍ଦୋଳନ କରିବ LDF
ତୈଳଦର ବୃଦ୍ଧି: ଜୁନ 30ରେ ଆନ୍ଦୋଳନ କରିବ LDF

ଥିରୁଅନନ୍ତପୁରମ:କୋରୋନା ମହାମାରୀ ସମୟରେ ଦେଶରେ ବଢିଚାଲିଛି ପେଟ୍ରୋଲ ଦର । ଏଭଳି ସମୟରେ ମହଙ୍ଗା ମାଡକୁ ବିଭିନ୍ନ ରାଜ୍ୟରେ ରାଜନୈତିକ ଦଳ ବିରୋଧ କରିଛି । କେରଳରେ ବାମପନ୍ଥୀ ଦଳ(LDF) ତୈଳଦର ବୃଦ୍ଧିକୁ ନେଇ ଆସନ୍ତା 30 ତାରିଖରେ ଆନ୍ଦୋଳନ କରିବ ବୋଲି CPI(M)ର ସେକ୍ରେଟାରୀ ଏ. ବିଜୟାରାଘବନ ସୋମବାର କହିଛନ୍ତି ।

LDFର ସ୍ବେଚ୍ଛାସେବୀମାନେ କୋରୋନା କଟକଣା ମାନି ଜୁନ 30 ତାରିଖରେ ଆନ୍ଦୋଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନେତୃତ୍ବରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର 100 ଟଙ୍କାରେ ପହଞ୍ଚିଛି । କେବଳ ତୈଳଦର ନୁହେଁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦରଦାମ ବୃଦ୍ଧି ହୋଇଛି । ଫଳରେ ଗରିବ ଶ୍ରେଣୀଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ରାଜ୍ୟର ତୃଣମୂଳ ସ୍ତରରୁ LDF ଗଣ ବିକ୍ଷୋଭ କରିବ ବୋଲି ବିଜୟାରାଘବନ କହିଛନ୍ତି ।

ଏହି ଆନ୍ଦୋଳନରେ 100 ଜଣ ସ୍ବେଚ୍ଛାସେବୀ 25ଟି ଗ୍ରୁପରେ ଭାଗ ହୋଇ କୋଭିଡ କଟକଣାକୁ ପାଳନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ କହିବେ । ତେବେ ଜୁନ 30 ତାରିଖ ଅପରାହ୍ନ 4ଟାରେ ଏହି ଆନ୍ଦୋଳନ ଆରମ୍ଭ ହେବ । ବର୍ତ୍ତମାନ ରାଜ୍ୟର କିଛି ସହରରେ ପେଟ୍ରୋଲ ଦର 100 ଟଙ୍କା ରହିଥିବା ବେଳେ ଆଉ କିଛି ସମୟରେ 100 ଟଙ୍କା ପାଖାପାଖି ରହିଛି ।

@ANI

ABOUT THE AUTHOR

...view details