ଓଡିଶା

odisha

ETV Bharat / bharat

ଦିଲ୍ଲୀ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ଗ୍ୟାଙ୍ଗଷ୍ଚାର ଲରେନ୍ସ , ପଞ୍ଜାବ-ହରିୟାଣା ହାଇକୋର୍ଟରେ କଲା ଆବେଦନ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ପଞ୍ଜାବ-ହରିୟାଣା କୋର୍ଟର ହେଲା ଦ୍ବାରସ୍ଥ । ପୂର୍ବରୁ ଏନକାଉଣ୍ଟର ଭୟରେ ସୁରକ୍ଷା ମାଗି ଦିଲ୍ଲୀ ହାଇକୋର୍ଟରେ କରିଥିଲା ଆବେଦନ । ଅଧିକ ପଢନ୍ତୁ

ଦିଲ୍ଲୀ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ଗ୍ୟାଙ୍ଗଷ୍ଚାର ଲରେନ୍ସ ,ପଞ୍ଜାବ-ହରିୟାଣା ହାଇକୋର୍ଟରେ କରିବ ଆବଦେନ
ଦିଲ୍ଲୀ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ଗ୍ୟାଙ୍ଗଷ୍ଚାର ଲରେନ୍ସ ,ପଞ୍ଜାବ-ହରିୟାଣା ହାଇକୋର୍ଟରେ କରିବ ଆବଦେନ

By

Published : Jun 1, 2022, 4:44 PM IST

ନୂଆଦିଲ୍ଲୀ: ପୋଲିସର ଏନକାଉଣ୍ଟର ଭୟରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଆଜି ଅଦାଲତରୁ ଆବେଦନ ପ୍ରତ୍ୟାହାର କରିଛି । ପରେ ସମାନ ଗ୍ୟାଙ୍ଗଷ୍ଟାରର ଓକିଲ ସମାନ ପ୍ରସଙ୍ଗରେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ପୁନଃ ଆବେଦନ କରିଛନ୍ତି ।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି । ଏପରି ସ୍ଥଳେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଥିବା ଲରେନ୍ସ ପଞ୍ଜାବ ପୋଲିସ ଦ୍ବାରା ମିଥ୍ୟା ଏନକାଉଣ୍ଟରର ଶିକାର ହେବା ଆଶଙ୍କା ଦର୍ଶାଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଅଦାଲତ ତିହାର ଜେଲ କର୍ତ୍ତୃପକ୍ଷ ଓ ଦିଲ୍ଲୀ ପୋଲିସକୁ ସୁରକ୍ଷା ନିଶ୍ଚିତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦର୍ଶାଇଥିଲେ ଲରେନ୍ସର ଓକିଲ ।

ଏହା ମଧ୍ୟ ପଢନ୍ତୁ :-ଏନକାଉଣ୍ଟର ଭୟ ! ସୁରକ୍ଷା ପାଇଁ କୋର୍ଟରେ ଦ୍ବାରସ୍ଥ ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

ତେବେ ପରବର୍ତ୍ତୀ ସମୟରେ ଲରେନ୍ସର ଓକିଲ ଏହି ଆବେଦନ ଦିଲ୍ଲୀ ହାଇକୋର୍ଟରୁ ପ୍ରତ୍ୟାହାର କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆବେଦନ ପ୍ରତ୍ୟାହାର ହେବା ପରେ ମାମଲା ଖାରଜ ହୋଇଯାଇଛି । ଏହା ସହିତ ଗ୍ୟାଙ୍ଗଷ୍ଟାର ଲରେନ୍ସର ଓକିଲ ସମାନ ପ୍ରସଙ୍ଗ ନେଇ ପଞ୍ଜାବ-ହରିୟାଣା ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଛନ୍ତି ।

ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ନିର୍ମମ ହତ୍ୟା ପରେ ସମଗ୍ର ପଞ୍ଜାବରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ଆଇନ ଶୃଙ୍ଖଳା ଓ ପୋଲିସର ଅପରାଗତା ନେଇ ମଧ୍ୟ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ବେଳେ ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ପଞ୍ଜାବ ପୋଲିସ କୌଣସି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ ସନ୍ଦେହ କରାଯାଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରର ଭୟ ଘାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details