ଓଡିଶା

odisha

Lalu Yadav Drives His First Jeep, ଟ୍ବିଟରରେ ସେୟାର କଲେ ଭିଡିଓ

By

Published : Nov 24, 2021, 6:09 PM IST

ନିଜ କ୍ୟାରିୟର ପ୍ରଥମ ଗାଡି ଚଳାଇ ବୁଲିଲେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ (Lalu Yadav Back in Drivers Seat) ଲାଲୁ ପ୍ରସାଦ ଯାଦବ । ଟ୍ବିଟରେ ସେୟାର କଲେ ଭିଡିଓ । ଅଧିକ ପଢନ୍ତୁ

lalu yadav drove his first vechile , ଟ୍ବିଟରରେ କଲେ ସେୟାର କଲେ ଭିଡିଓ
lalu yadav drove his first vechile , ଟ୍ବିଟରରେ କଲେ ସେୟାର କଲେ ଭିଡିଓ

ପାଟନା: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ(rjd leader lalu yadav)ଙ୍କୁ ତାଙ୍କ କ୍ୟାରିୟରର ପ୍ରଥମ ଗାଡି ଚାଳାଉଥିବାର ଦେଖିବାକୁ ମିଳିଛି । ୭୩ ବର୍ଷୀୟ ଲାଲୁ ତାଙ୍କ ବାସଭବନରୁ ବାହାରି କିଛି ଦୂର ପର୍ଯ୍ୟନ୍ତ ଏହି କାରକୁ ଚଳାଇ ଯାଇଥିବା ଦେଖିବାକୁ ମିଳିଥିଲା (Lalu Yadav Takes Trip Down Memory Lane) । ଏଥିରେ ଲାଲୁଙ୍କ ସହ ତାଙ୍କର କିଛି ସହଯୋଗୀ ମଧ୍ୟ ସବାର ଥିଲେ । ତେବେ ଏ ନେଇ ଲାଲୁ ଏକ ଭିଡିଓ ମଧ୍ୟ ଟ୍ବିଟ(lalu yadav twitter) କରିଥିବା ଦେଖିବାକୁ ମିଲିଛି ।

ଗାଡି ଚଳାଉଥିବା ବେଳର ଭିଡିଓ ସେୟାର କରି ଲାଲୁ କହିଛନ୍ତି, ବହୁ ବର୍ଷ ପରେ ମୁଁ ମୋର ପ୍ରଥମ କାର ଚଳାଇଲି । ଏ ପୃଥିବୀରେ ସମସ୍ତେ ଜଣେ ଜଣେ ଡ୍ରାଇଭର । ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଦ୍ଭାବନାର ଗାଡି ଏମିତି ଚାଲିଥାଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି ଲାଲୁ । ଲାଲୁ ନିଜ ଗାଡି ଧରି ରାସ୍ତାକୁ ବାହାରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବେସ ଉତ୍ସୁକତା ପ୍ରକାଶ ପାଇଥିଲା । ଆରଜେଡି କର୍ମୀ ଓ ଲାଲୁଙ୍କ ସମର୍ଥକମାନେ ଲାଲୁଙ୍କ ସହ ଫଟୋ ଉଠାଇବା ସହ ଜିନ୍ଦାବାଦ ନାରା ପକାଇଥିଲେ ।

ବର୍ତ୍ତମାନ ଲାଲୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଦିଲ୍ଲୀରେ ନିଜ ଝିଅ ପାଖରେ ରହୁଛନ୍ତି । ମଧୁମେହ ଓ ରକ୍ତଚାପ ପରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ଲାଲୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳଙ୍କ ନିରୀକ୍ଷଣରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details