ଓଡିଶା

odisha

ETV Bharat / bharat

ମୋଦିଙ୍କୁ ହଟାଇବାକୁ ପଡିବ କହିଲେ ଲାଲୁ

କେନ୍ଦ୍ରରୁ ମୋଦି ସରକାରକୁ ହଟାଇବାକୁ ପଡିବ । ନିହାତି ହଟାଇବାକୁ ପଡିବ । ବିହାରରେ ଜେଡିୟୁ ଆରଜେଡି ସହ ମେଣ୍ଟ କରି କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଆସି ଏହା କହିଛନ୍ତି ଆରଜେଡି ମୁଖ୍ୟ ଲାଲୁ । ଅଧିକ ପଢନ୍ତୁ

ମୋଦିଙ୍କୁ ହଟାଇବାକୁ ପଡିବ କହିଲେ ଲାଲୁ
ମୋଦିଙ୍କୁ ହଟାଇବାକୁ ପଡିବ କହିଲେ ଲାଲୁ

By

Published : Aug 18, 2022, 3:27 PM IST

ପାଟନା:ବିଜେପି ସହ ବ୍ରେକ ଅପ କରି ବିହାରରେ ଜେଡିୟୁ ଆରଜେଡି ସହ ମେଣ୍ଟ କରି କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଆସିଛନ୍ତି ଆରଜେଡି ମୁଖ୍ୟ ଲାଲୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମେ କ୍ଷମତାରୁ ହଟାଇବାକୁ ପଡିବ । ଏହା କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଆରଜେଡି ଏବଂ ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବା ପରେ ପ୍ରଥମ ଥର ପାଟନା ଫେରିଥିବା ଆରଜେଡି ମୁଖ୍ୟ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ଲାଲୁ କହିଛନ୍ତି ।

ଲାଲୁ କହିଛନ୍ତି, "ଆମକୁ କେନ୍ଦ୍ରରେ ମୋଦି ସରକାରକୁ ହଟାଇବାକୁ ପଡିବ। ମୋଦିଙ୍କୁ ହଟାଇବାକୁ ପଡିବ। ବିହାରରେ ନବଗଠିତ ସରକାରଙ୍କ କ୍ୟାବିନେଟରେ ସାମିଲ୍ ଅଧିକାଂଶ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ସୁଶୀଲ ମୋଦୀଙ୍କ ଅଭିଯୋଗ ଉପରେ ଲାଲୁ କହିଛନ୍ତି ଯେ, ବିଜେପି ନେତା ମିଛ କହୁଛନ୍ତି । ସୁଶୀଲ ମୋଦି ଜଣେ ମିଛୁଆ । "

ପ୍ରକାଶ ଥାଉ କି, ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଲାଲୁଙ୍କ ପୁଅ ତେଜସ୍ଵୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଗଷ୍ଟ 16ରେ ବିହାର କ୍ୟାବିନେଟ୍ ସଂପ୍ରସାରଣ ହୋଇଛି । ତେଜସ୍ଵୀ ଯାଦବଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମିଳିଥିବା ବେଳେ ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କୁ ପରିବେଶ ମନ୍ତ୍ରଣାଳୟ ମିଳିଛି । ଗୃହ ଏବଂ ଅର୍ଥ ମନ୍ତ୍ରଣାଳୟ ଜେଡିୟୁ ପାଖରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details