ଓଡିଶା

odisha

ETV Bharat / bharat

ଲାକ୍ଷାଦ୍ବୀପ ସମସ୍ୟା, ଗୃହମନ୍ତ୍ରୀଙ୍କୁ ଭେଟିଲା ବିଜେପି ପ୍ରଦିନିଧି ଦଳ - ଗୃହମନ୍ତ୍ରୀ ଅମିତ ଶାହା

ଲାକ୍ଷାଦ୍ବୀପ ସମସ୍ୟା ନେଇ ଲାକ୍ଷାଦ୍ବୀପ ଭାରତୀୟ ଜନତା ପାର୍ଟିର ଏକ ଦଳ ସୋମବାର ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ଗୃହମନ୍ତ୍ରୀଙ୍କୁ ଭେଟିଲା ଲାକ୍ଷାଦ୍ବୀପ ବିଜେପି ପ୍ରଦିନିଧି
ଗୃହମନ୍ତ୍ରୀଙ୍କୁ ଭେଟିଲା ଲାକ୍ଷାଦ୍ବୀପ ବିଜେପି ପ୍ରଦିନିଧି

By

Published : Jun 1, 2021, 3:56 PM IST

ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଭାରତୀୟ ଜନତା ପାର୍ଟିର ଏକ ଦଳ ସୋମବାର ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ସାକ୍ଷାତରେ କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି ବିଷୟରେ ଆଲୋଚନା କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଆମେ ଲାକ୍ଷାଦ୍ବୀପର ଲୋକଙ୍କ ସହିତ ଅଛୁ । ଆମେ ସେମାନଙ୍କ ସମସ୍ତ ଚିନ୍ତାର ସମାଧାନ କରିବୁ ବୋଲି ଲାକ୍ଷାଦ୍ବୀପ ବିଜେପି ଇନଚାର୍ଜରେ ଥିବା ଏପି ଅବଦୁଲ୍ଲାକୁଟିଙ୍କୁ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଗତ ଏକ ସପ୍ତାହ ମଧ୍ୟରେ ଅନେକ ନେତା ଲାକ୍ଷାଦ୍ବୀପରେ ନୂଆ ପ୍ରଶାସନ ପାଇଁ ଆହ୍ବାନ କରିଥିଲେ । ଫୈଜଲ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ଲୋକ ବିରୋଧୀ ନିୟମ ଲାଗୁ କରିଥିବାର ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ 'ସ୍ଥାନୀୟ ଲୋକଙ୍କ ଶୁଣିବା ଏବଂ ନୂତନ ପ୍ରଶାସକ ପଠାଇବାକୁ ଅନୁରୋଧ କରିଛନ୍ତି ।

କେରଳର ଯୁବ କଂଗ୍ରେସ ସଭାପତି ତଥା କଂଗ୍ରେସ ବିଧାୟକ ଶାଫି ପାରାମିଲ ଏପରିକି କେରଳର ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ବିରୋଧୀ ଦଳ ନେତା ତଥା କେରଳ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି ଲାକ୍ଷ୍ମାଦ୍ବୀପ ସଂଗ୍ରାମରେ ମାଲାୟାଲମ ସମ୍ପ୍ରଦାୟର ଏକତା ଭାବରେ ଏକ ସଂକଳ୍ପ ପାରିତ କରିବାକୁ କହିଛନ୍ତି । ସମସ୍ତ ବିଜେପି ଦଳକୁ ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details