ଲକ୍ଷ୍ନୌ:ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ 4ଜଣଙ୍କ ଜାମିନ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ଦିନେଶ କୁମାରଙ୍କ ନତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବେଲ ମଞ୍ଜୁର କରିବାକୁ ମନା କରିଦେଇଛନ୍ତି ।
2021 ଅକ୍ଟୋବର 3 ତାରିଖରେ ଘଟିଥିବା ଏହି ଘଟଣାରେ ଚାଷୀ ଓ ସାମ୍ବାଦିକଙ୍କ ସମେତ ମୋଟ 8 ଜଣ ପ୍ରାଣ ହରାଇଥିଲେ । ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଘଟଣାର ତଦନ୍ତଭାର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ(SIT) କୁ ହସ୍ତାନ୍ତର କରାଯାଇଥିଲା । SIT ମଧ୍ୟ ଏହି ମାମଲାର ତଦନ୍ତ କରି ଚାର୍ଜସଟି ଦାଖଲ କରିଥିଲା । ଏହି ଅଘଟଣ ଏକ ସଂଯୋଗ ବଶତଃ ନୁହେଁ ବରଂ ପୂର୍ବ ଯୋଜନାବଦ୍ଧ ବୋଲି ତଦନ୍ତକାରୀ ଟିମ ଚାର୍ଜସିଟରେ ଦର୍ଶାଇଥିଲା ।