ଓଡିଶା

odisha

ସୁରକ୍ଷା ଯାଞ୍ଚ ନାଁରେ ଏୟାରପୋର୍ଟରେ ମହିଳାଙ୍କୁ ଦୁର୍ବ୍ୟବହାର, ଓହ୍ଲାଇବାକୁ କହିଲେ ଡ୍ରେସ୍‌

By

Published : Jan 4, 2023, 3:43 PM IST

ବେଙ୍ଗାଲୁରୁ ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କୁ ଡ୍ରେସ୍‌ ଓହ୍ଲାଇବାକୁ କହିଲେ ସୁରକ୍ଷାକର୍ମୀ । ଏହାପରେ ବେଙ୍ଗାଲୁରୁ ଏୟାରପୋର୍ଟକୁ ଟ୍ୟାଗ୍‌ କରି ପ୍ରଶ୍ନ ପଚାରିଛନ୍ତି ସମ୍ପୃକ୍ତ ମହିଳା(Kempegowda international airport) । ଅଧିକ ପଢନ୍ତୁ

bengaluru airport
bengaluru airport

ବେଙ୍ଗାଲୁରୁ: କେମ୍ପେଗୌଡା ଏୟାରପୋର୍ଟରେ ଅଭାବନୀୟ ଘଟଣା ଘଟିଛି (Bengaluru's Kempegowda International Airport) । ସିକ୍ୟୁରିଟି ଚେକିଂ ସମୟରେ ଜଣେ ମହିଳା ଯାତ୍ରୀଙ୍କୁ ସୁରକ୍ଷାକର୍ମୀ ଡ୍ରେସ୍‌ ଖୋଲିବା ପାଇଁ କହିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଯାତ୍ରୀ ଜଣକ ସୋସିଆଲ ମିଡିଆରେ ଟ୍ବିଟ୍‌ କରି ଅଭିଯୋଗ କରିଛନ୍ତି । ସୁରକ୍ଷାକର୍ମୀମାନେ ଚେକିଂ ସମୟରେ ଡ୍ରେସ ଖୋଲିବାକୁ କହିବା ପରେ ସେ ଅପମାନିତ ହୋଇଥିବା କଥା ଟ୍ବିଟ୍‌ରେ କହିଛନ୍ତି ।

ନିଜକୁ ଜଣେ ଛାତ୍ରୀ ଏବଂ ମ୍ୟୁଜିସିଆନ ଭାବେ ପରିଚୟ ଦେବାସହ କୃଷ୍ଣାନୀ ଗଡବୀ(Krishani Gadhvi) ନାମକ ଜଣେ ମହିଳା ବେଙ୍ଗାଲୁରୁ ଏୟାରପୋର୍ଟକୁ ଟ୍ୟାଗ କରି ଟ୍ବିଟକରି କହିଛନ୍ତି,"ବେଙ୍ଗାଲୁରୁ କେମ୍ପେଗୌଡା ବିମାନ ବନ୍ଦରରେ ଚେକିଂ ସମୟରେ ମୋତେ ଡ୍ରେସ ଉଠାଇବା ପାଇଁ ସୁରକ୍ଷାକର୍ମୀମାନେ କହିଥିଲେ । ମୁଁ କେବଳ ଗୋଟିଏ କେମିଶୋଲ ପିନ୍ଧିଥିବା ବେଳେ ସେମାନେ ମୋତେ ଚେକିଂ ସମୟରେ ବାହାର କରିବା ପାଇଁ କହିଥିଲେ । ଚେକିଂ ସମୟରେ ଡ୍ରେସ ବାହାର କରିବା କଣ ଆବଶ୍ୟକ ରହିଥିଲା ?"

ଏହା ମଧ୍ଯ ପଢନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ତେବେ କୃଷ୍ଣାନୀଙ୍କ ଟ୍ବିଟରେ ବେଙ୍ଗାଲୁରୁ ଏୟାରପୋର୍ଟ ପ୍ରତିଉତ୍ତର ଦେଇ କହିଛି,"ଏହି ଘଟଣା ପାଇଁ ଆମେ ଦୁଃଖିତ । ଏହି ଘଟଣାକୁ ଆମେ ଆମର ଅପରେସନ ଟିମକୁ ଜଣାଇବୁ । CISF(Central Industrial Security Force)ର ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ପାଇଁ ଆମେ ଆଲୋଚନା କରିବୁ ।

ପ୍ରକାଶଯୋଗ୍ୟ ଯେ, କେମ୍ପେଗୌଡା ଏୟାରପୋର୍ଟରେ(kempegowda international airport) ରହିଥିବା CISFର ସୁରକ୍ଷାକର୍ମୀ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ । ଗତ କିଛିଦିନ ପୂର୍ବରୁ ସାଉଥ ହିରୋ ସିଦ୍ଧାର୍ଥ CISF ବିରୋଧରେ ଅଭିଯୋଗ କରିଥିଲେ । ମଦୁରାଇ ଏୟାରପୋର୍ଟରେ ସିଦ୍ଧାର୍ଥଙ୍କ ସହ ତାଙ୍କ ପରିବାର ସହ ସୁରକ୍ଷାକର୍ମୀମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ଗତବର୍ଷ ନଭେମ୍ବର ମାସ ୧୧ ତାରିଖରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୨ର ଉଦଘାଟନ କରିଥିଲେ । ଏହାସହ ଶ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କର ୧୦୮ ମିଟର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ସୁନ୍ଦର ଓ ଚମତ୍କାର କୌଣସି ବିଦେଶର ଏୟାରପୋର୍ଟ ଭଳି ଏଠାରେ ଅତ୍ୟାଧୁନିକ ଯାତ୍ରୀଙ୍କ ପାଇଁ ଅତ୍ଯାଧୁନିକ ସୁବିଧା ରହିଛି । ଟର୍ମିନାଲ୍‌ 2କୁ କୌଣସି ଏକ ରାଜପ୍ରାସାଦ ଭଳି ଡିଜାଇନ୍‌ କରାଯାଇଛି । ତେବେ ଗତ କିଛି ଦିନ ହେଲା ଏହି ବିମାନ ବନ୍ଦର ବିବାଦରେ ରହିଛି ।

ଏହାପୂର୍ବରୁ ଗତବର୍ଷ ନଭେମ୍ବର ୮ ତାରିଖରେ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଥିଲା । ଜଣେ ଯାତ୍ରୀଙ୍କୁ ଯାଞ୍ଚ କଲାବେଳେ ତାଙ୍କ ନିକଟରୁ ଏତେ ପରିମାଣ ସୁନା ଜବତ ହୋଇଥିବା ଜଣା ପଡିଥିଲା । ସୁନାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ନମିଳିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details