ଓଡିଶା

odisha

ETV Bharat / bharat

ଛାତ୍ରଛାତ୍ରୀଙ୍କୁ ଗଲା ମେଲ୍‌, କୋଝିକୋଡ NIT କଲେଜରେ ଭାଲେଣ୍ଟାଇନ ଡେ' ମନା - କଲେଜରେ ପ୍ରେମର ଦିବସକୁ ପାଳନ ନକରିବାକୁ କଡା ନିର୍ଦ୍ଦେ

କେରଳରେ ଥିବା କୋଝିକୋଡ ଏନଆଇଟି କଲେଜରେ ପ୍ରେମର ଦିବସକୁ ପାଳନ ନକରିବାକୁ କଡା ନିର୍ଦ୍ଦେଶ। ଅଧିକ ପଢନ୍ତୁ

kozhikode nit ban public displays of affection
kozhikode nit ban public displays of affection

By

Published : Feb 10, 2023, 5:02 PM IST

ଥିରୁଅନନ୍ତପୁରମ:ବର୍ତ୍ତମାନ ଜାରି ରହିଛି ଭାଲେଣ୍ଟାଇନ ସପ୍ତାହ। ସ୍କୁଲ୍‌ଠାରୁ ଆରମ୍ଭ କରି କଲେଜ ଓ ପାର୍କଗୁଡିକରେ ପ୍ରେମର ସପ୍ତାହର ଦିନକୁ ମନର ସାଥି ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ରୋଜ୍‌ ଡେ , ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ ପରେ ଆଜି ହେଉଛି ଟେଡି ଡେ । ମନର ମଣିଷକୁ ମନ କଥା କହି ଖୁସିରେ କିଛି ସମୟ ଅତିବାହିତ କରିବାକୁ ଏହି ଦିବସ ପାଳନ କରାଯାଉଛି । ତେବେ କେରଳରେ ଥିବା କୋଝିକୋଡ ଏନଆଇଟି କଲେଜରେ ପ୍ରେମର ଦିବସକୁ ପାଳନ ନକରିବାକୁ କଡା ନିର୍ଦ୍ଦେଶ ନାମା ଜାରି କରାଯାଇଛି । କଲେଜ କ୍ୟାମ୍ପସରେ ପ୍ରେମ ଦିବସକୁ ନେଇ କୌଣସି ଆଚରଣ ନକରିବାକୁ ଛାତ୍ରଛାତ୍ରୀଙ୍କୁ ମେଲ ପଠା ଯାଇଛି। ଏଥିସହ ଏନଆଇଟି ଅଫିସିଆଲ ସାଇଟ୍‌ରେ ମଧ୍ୟ ଏହି ସୂଚନା ଦିଆଯାଇଛି ।

ଡକ୍ଟର ଜି.କେ ରଜନୀକାନ୍ତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । କଲେଜର କ୍ୟାମ୍ପସରେ କୌଣସି ସ୍ଥାନରେ ବା ସର୍ବସାଧାରଣ ସ୍ଥାନରେ ଯେପରି କେହିବି ପ୍ରେମର ସପ୍ତାହ ନପାଳନ୍ତି । ଏମିତି କିଛି ବି ଆଚରଣ କରନ୍ତୁ ନାହିଁ ଯଦ୍ବାରା ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ । ଯଦି କେହି ଏହାର ଅବମାନନା କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମେଲ୍‌ ପଠାଯାଇ ସତର୍କ କରାଯାଇଛି । ସେପଟେ ଫେବୃଆରୀ 14କୁ ଗୋ-ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ପଶୁ କଲ୍ୟାଣ ଏକ ବୋର୍ଡ ପକ୍ଷରୁ ନିବେଦନ କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରି ବିଜ୍ଞପ୍ତି ପରେ କୋଜିକୋଡ କଲେଜର ବିଜ୍ଞପ୍ତି ଭାଇରାଲ ହେବାରେ ଲାଗିଛି ।

ପ୍ରେମୀ ଯୁଗଳଙ୍କ ପାଇଁ ପାଖେଇ ଆସୁଛି ଭାଲେଣ୍ଟାଇନ ଡେ । ଏହାକୁ ନେଇ ଭାରତୀୟ ଯୁବପିଢି ମଧ୍ୟ ବେଶ ଉତ୍ସାହିତ । ଏହାକୁ ପଶୁ କଲ୍ୟାଣ ବୋର୍ଡ ରଖିଥିବା ଏକ ଭିନ୍ନ ପ୍ରସ୍ତାବ ଏବେ ସୋସିଆଲ ମଡିଆରେ ବେଶ୍‌ ଭାଇରାଲ ହୋଇଛି । ଫେବୃଆରୀ 14କୁ ଗୋ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ପଶୁ କଲ୍ୟାଣ ଏକ ବୋର୍ଡ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛି । ବୋର୍ଡର ସଚିବ ଡା.ଏସ.କେ ଦତ୍ତାଙ୍କ ହସ୍ତାକ୍ଷର ଥିବା ଏହି ନିବେଦନ ବିଜ୍ଞପ୍ତିରେ ଗୋ ଆଲିଙ୍ଗନ ଦିବସ ପାଳନ କରିବାକୁ କରାଯାଇଥିବା ନିବେଦନାତ୍ମକ ପ୍ରସ୍ତାବକୁ ଉଭୟ ସମର୍ଥନ ଓ ସାମାଲୋଚନା ଦେଖିବାକୁ ମିଳିଛି । କେତେକ ସଂଗଠନ ତଥା ବୁଦ୍ଧୀଜୀବୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ କେତେକ ଏହାକୁ ସମାଲୋଚନା କରିଛନ୍ତି ।

ABOUT THE AUTHOR

...view details