କୋଲକାତା:ଧାର୍ମିକ ବିବାଦୀୟ ମନ୍ତବ୍ୟ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ଗୋଟିଏ ପରେ ଗୋଟିଏ ସମନ ଜାରି କରିବାରେ ଲାଗିଛନ୍ତି ଏକାଧିକ ରାଜ୍ୟର ପୋଲିସ । ସେହି କ୍ରମରେ କୋଲକାତା ପୋଲିସ ମଧ୍ୟ ଆଜି ନୁପୂରଙ୍କୁ ସମନ ଜାରି କରିଛି । ପଶ୍ଚିମବଙ୍ଗରେ ରାଜଧାନୀ କୋଲକାତା ସମେତ ଅନ୍ୟ କିଛି ସ୍ଥାନରେ ନୁପୂରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରତିବାଦ ବେଳେ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା ।
ନୁପୂର ଶର୍ମାଙ୍କୁ କୋଲକାତା ପୋଲିସର ସମନ
ବିବାଦୀୟ ବୟାନ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ମୁପୂର ଶର୍ମାଙ୍କୁ ସମନ ପରେ ସମନ। ଆଜି କୋଲକାତା ପୋଲିସ ଜାରି କରିଛି ସମନ । 20 ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ
ନୁପୂର ଶର୍ମାଙ୍କୁ କୋଲକାତା ପୋଲିସର ସମନ
କୋଲକାତାର ନାରକେଲଦଙ୍ଗା ପୋଲିସ ଷ୍ଟେସନ ପକ୍ଷରୁ ନୁପୂରଙ୍କୁ ଏହି ସମନ ଜାରି କରାଯାଇଛି । କ୍ରିମିନାଲ ପ୍ରୋସିଜିଓର କୋଡ 41-A ଅନୁସାରେ ତାଙ୍କୁ ସମନ କରାଯାଇଛି । ଜୁନ 20 ରେ ସେ ଉକ୍ତ ଥାନାରେ ହାଜର ହୋଇ ମାମଲାରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ରହିଛି । ନୁପୂରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ପଶ୍ଚିମବଙ୍ଗରେ ଏକାଧିକ ମାମଲା ରୁଜୁ ହୋଇଛି । ଆନ୍ଦୋଳନ ବେଳେ ବ୍ୟାପକ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏତଲା ଆଧାରରେ ନୁପୂରଙ୍କୁ ହାଜର ହେବା ପାଇଁ ସମନ ହୋଇଥବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ