ଓଡିଶା

odisha

ETV Bharat / bharat

Howrah Violence: ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, ରାଜ୍ୟ BJP ସଭାପତିଙ୍କୁ ଗିରଫ କରି ଛାଡିଲା ପୋଲିସ - ପଶ୍ଚିମବଙ୍ଗ ହିଂସା

ହାଓ୍ବଡା ହିଂସା ନେଇ ରାଜନୀତି ଜୋର । ଘଟଣାସ୍ଥଳକୁ ଯିବା ବେଳେ ରାଜ୍ୟ ବିଜେପି ସଭାପତିଙ୍କୁ ଉଠାଇନେଲା ପୋଲିସ । ବଦଳିଲେ ପୋଲିସ କମିଶନର । ମୁଖ୍ୟମନ୍ତ୍ରୀ ମମତାଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ

Howrah Violence:ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, BJP ସଭାପତିଙ୍କୁ ଗିରଫ ଛାଡିଲା ପୋଲିସ
Howrah Violence:ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, BJP ସଭାପତିଙ୍କୁ ଗିରଫ ଛାଡିଲା ପୋଲିସ

By

Published : Jun 11, 2022, 9:49 PM IST

କୋଲକାତା:ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦକୁ ନେଇ ହାଓ୍ବଡାରେ ଗତକାଲି (ଶୁକ୍ରବାର) ଦେଖିବାକୁ ମିଳିଥିବା ହିଂସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏପର୍ଯ୍ୟନ୍ତ ଘଟଣାରେ 70 ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି କୋଲକାତା ପୋଲିସ । ବର୍ତ୍ତମାନ ମଧ୍ୟ ହାଓ୍ବଡା ସମେତ ସମଗ୍ର କୋଲକାତାରେ ଚାପା ଉତ୍ତେଜନା ଲାଗିରହିଛି । ହିଂସା ପରେ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଛି । ଆଜି ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଘଟଣାସ୍ଥଳ ଗସ୍ତ କରିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ପରେ ସଂନ୍ଧ୍ୟାରେ ତାଙ୍କୁ ମୁକ୍ତ କରାଯାଇଛି ।

ଗତକାଲିର ହିଂସା ପରେ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି ମମତା ସରକାର । କୋଲକାତା ଅତିରିକ୍ତ ପୋଲିସ କମିଶନରଙ୍କୁ ହାଓ୍ବଡାର ନୂତନ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି । ପଶ୍ଚିମ-ଉତ୍ତର ପୋଲିସ ଜୋନ DCP ସ୍ବାତୀ ଭାଙ୍ଗିଲିଆଙ୍କୁ ହାଓ୍ବଡା ରୁରାଲ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ହାଓ୍ବଡା ସିଟି ପୋଲିସ କମିଶନର ସି. ଚନ୍ଦ୍ରଶେଖର କୋଲକାତାର ପୋଲିସର ଯୁଗ୍ମ କମିଶନର ଭାବେ ବଦଳି ହୋଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖର ମଧ୍ୟ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି । ଆନ୍ଦୋଳନବେଳେ ଯେଉଁମାନେ ଆଇନ ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ରାଜ୍ୟରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଏହି ଘଟଣାରେ ଶାସକ ତୃଣମୂଳ କଂଗ୍ରେସ ମଧ୍ୟ ବିରୋଧୀ ବିଜେପିକୁ ଟାର୍ଗେଟ କରିଛି । ରାଜ୍ୟପାଳ ଧନଖର ଓ ରାଜ୍ୟ ବିଜେପି ନେତାମାନେ ଏହି ଘଟଣାରେ ରାଜନୀତି କରୁଥିବା TMC ସାଂସଦ ଶୁଭେନ୍ଦୁ ଶେଖର ରାୟ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details