କୋଲକାତା: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ନେତା ରାକେଶ ସିଂଙ୍କୁ କୋର୍ଟରେ ହାଜର କରିଛି କୋଲକାତା ପୋଲିସ । ଏକ ନିଶାଦ୍ରବ୍ୟ କାରବାର ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଅନ୍ୟଜଣେ ବିଜେପି ଯୁବନେତା ପାମେଲା ଗୋସ୍ବାମୀଙ୍କ ସହ ନିଶା କାରବାର ମାମଲାରେ ବୁଧବାର ଆଲିପୋର କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଏହାପୂର୍ବରୁ କୋଲକାତା ପୋଲିସ ରାକେଶ ସିଂଙ୍କ ଉଭୟ ପୁଅଙ୍କୁ ପାମେଲା ଗୋସ୍ବାମୀଙ୍କ ସହ ନିଶା କାରବାର ଅଭିଯୋଗରେ ଗିରଫ କରିଥିଲା ।
ମଙ୍ଗଳବାର ଏହି ମାମଲାରେ ବିଜେପି ନେତା ରାକେଶଙ୍କୁ ବୃନ୍ଦାବନରୁ ଗିରଫ କରାଯାଇଥିଲା। ସେହିଦିନ କଲିକତା ହାଇକୋର୍ଟ ମଧ୍ୟ ନ୍ୟୁ ଆଲିପୋରରେ ପଞ୍ଜିକୃତ ଏକ ନିଶା କାରବାର ମାମଲାରେ କୋଲକାତା ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା ।