ଓଡିଶା

odisha

ETV Bharat / bharat

New Parliament Inauguration: ସକାଳ 7.30ରୁ ଆରମ୍ଭ ହେବ ପୂଜା

ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରାୟତଃ 1200 କୋଟି ଖର୍ଚ୍ଚ ହୋଇଛି । ସଂସଦ ଭବନର ଉଭୟ ସଦନରେ 1224 ସାଂସଦଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିରେ ବର୍ତ୍ତମାନର ସଂସଦ ଭଳି ସେଣ୍ଟ୍ରାଲ ହଲ ରହିବ ନାହିଁ । ମିଳିତ ଅଧିବେଶନ ବେଳେ ଏକତ୍ର ସମସ୍ତ ସାଂସଦ ବସିପାରିବେ । ନୂଆ ସଂସଦ ଭବନରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ସହ, ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ ସହ ରାଜନୈତିକ ଦଳର ସଂସଦୀୟ କାର୍ଯ୍ୟାଳୟ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 25, 2023, 10:27 PM IST

ନୂଆଦିଲ୍ଲୀ: ଆସନ୍ତା ରବିବାର (28 ମେ’) ରେ ହେବ ନୂଆ ସଂସଦ ଭବନର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରିବେ । ନୂଆ ସଂସଦ ଭବନର ଉଦଘାଟନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉଦଘାଟନ ଉତ୍ସବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଜାରି ହୋଇଛି । ପଢନ୍ତୁ ପୁରା ଖବର କେତେବେଳ କଣ ହେବ କାର୍ଯ୍ୟକ୍ରମ ।

ଏହାବି ପଢନ୍ତୁ- New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ

ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ:-ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ସକାଳ 7.30 ରେ ପୂଜା ଆରମ୍ଭ। ଏହା 8.30 ପର୍ଯ୍ୟନ୍ତ ଚାଲିବ । 8.30 ରୁ 90 ମଧ୍ୟରେ ଲୋକସଭାରେ ସେଙ୍ଗୋଲ ସ୍ଥାପିତ ହେବ । ତାମିଲନାଡୁରୁ ଆସିଥିବା 20 ପଣ୍ଡିତ ମନ୍ତ୍ରଉଚ୍ଚାରଣ କରିବେ । 9.30 ରୁ ପ୍ରାର୍ଥନା ସଭା ଆୟୋଜିତ ହେବ । ଏଥିରେ ବହୁ ସାଧୁ ସନ୍ଥଙ୍କ ସମେତ ଶଙ୍କରାଚାର୍ଯ୍ୟ ମଧ୍ୟ ସାମିଲ ହେବେ । ମଧ୍ୟାହ୍ନ 12 ଟାରେ ଜାତୀୟ ସଂଗୀତ ପରିବେଷଣ ହେବ । ପରେ ଦୁଇଟି ଲଘୁ ଫିଲ୍ମ ପରିବେଷଣ କରାଯିବ । ପରେ ପରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସନ୍ଦେଶ ପାଠ କରାଯିବ । ପରେ ରାଜ୍ୟସଭାର ନେତା ପ୍ରତିପକ୍ଷଙ୍କ ସମ୍ବୋଧନ ରହିବ । କିନ୍ତୁ ଏଠି ବିରୋଧୀ ଦଳ କାର୍ଯ୍ୟକ୍ରମ ବର୍ଜନ କରିଥିବାରୁ ଏହା ହୋଇନପାରେ । ପରେ ଲୋକସଭା ବାଚସ୍ପତି ସମ୍ବୋଧନ କରିବେ । 2.30 ରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରକୁ ସମ୍ବୋଧନ କରିବେ ।

ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରାୟତଃ 1200 କୋଟି ଖର୍ଚ୍ଚ ହୋଇଛି । ସଂସଦ ଭବନର ଉଭୟ ସଦନରେ 1224 ସାଂସଦଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିରେ ବର୍ତ୍ତମାନର ସଂସଦ ଭଳି ସେଣ୍ଟ୍ରାଲ ହଲ ରହିବ ନାହିଁ । ମିଳିତ ଅଧିବେଶନ ବେଳେ ଏକତ୍ର ସମସ୍ତ ସାଂସଦ ବସିପାରିବେ । ନୂଆ ସଂସଦ ଭବନରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ସହ, ମନ୍ତ୍ରୀ ମାନଙ୍କ କାର୍ଯ୍ୟାଳୟ ସହ ରାଜନୈତିକ ଦଳର ସଂସଦୀୟ କାର୍ଯ୍ୟାଳୟ ରହିଛି । ସଂସଦ ଭବନରେ ଦେଶର ବିଭିନ୍ନ କଳା ସଂସ୍କୃତିର ଛାପ ଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି । ନୂଆ ସଂସଦ ଭବନରେ 3 ଟି ଗେଟ ରହିଥିବା ବେଳେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ଲୋକସଭା ଓ ରାଜ୍ୟସଭା ପକ୍ଷରୁ 5 ଅଗଷ୍ଟ 2019 ରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି 10 ଡିସେମ୍ବର 2020 ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତ୍ତିପ୍ରସ୍ତର ରଖିଥିଲେ । ଏହାର ନିର୍ମାଣ ପାଇଁ ଟାଟା ପ୍ରଜେକ୍ଟସକୁ ଟେଣ୍ଡର ଦିଆଯାଇଥିଲା । ଟେଣ୍ଡରର ପ୍ରାଥମିକ ମୁଲ୍ୟ 800 କୋଟି ଥିବା ବେଳେ ପରେ ଆବଶ୍ୟକତା ଅନୁସାରେ ଏହା ବୃଦ୍ଧି ପାଇ 1200 କୋଟିରେ ପହଞ୍ଚିଥିଲା ।

ଏହାବି ପଢନ୍ତୁ- ଅଟକିନି ଜୀବନ ଗାଡି; ଗୋଟିଏ ଗୋଡରେ ଆଟୋ ଚଲାଇ ପୋଷୁଛନ୍ତି ପରିବାର

ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ କରିବା ନେଇ ଘୋଷଣା ହେବା ପରେ କଂଗ୍ରେସ ଏହାକୁ ନେଇ କଡା ସମାଲୋଚନା କରିଛି । କଂଗ୍ରେସ ଦାବି କରିଛି ସମ୍ବିଧାନର ମୁଖ୍ୟ ହେଛନ୍ତି ରାଷ୍ଟ୍ରପତି । ତେଣୁ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ସଂସଦକୁ ଉଦଘାଟନ କରାଯାଉ । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଗୁଡିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରିବାକୁ ଦାବି କରିଛନ୍ତି । ଏନେଇ ବିଜେପିକୁ ଘେରିବାରେ ଲାଗିଛନ୍ତି । ବିରୋଧୀଙ୍କ ଦାବି ଓ ଅଭିଯୋଗକୁ ନେଇ ବିଜେପି କହିଛି ନୂଆ ସଂସଦ ଭବନ ଉଦଘାଟନକୁ ନେଇ କଂଗ୍ରେସ ଆଧାରହୀନ ରାଜନୀତି କରୁଛି । ଦେଶର ଉପଲବ୍ଧିକୁ କଂଗ୍ରେସ ଗ୍ରହଣ କରିପାରୁନାହିଁ ।

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ‘‘କିଛି ଲୋକଙ୍କୁ ପ୍ରତି ପ୍ରସଙ୍ଗରେ ରାଜନୀତି କରିବା ଅଭ୍ୟାସ ହୋଇଯାଇଛି । ଇତିହାସ ଆମକୁ କିଛି ସୁଯୋଗ ଦିଏ ଯାହାକୁ ଆମେ ସମସ୍ତେ ମିଳିତ ଭାବେ ପାଳନ କରିବା ଉଚିତ । ସେହି ଆଧାରରେ ନୂଆ ସଂସଦ ଭବନ ଉଦଘାଟନ ଉତ୍ସବକୁ ସମସ୍ତେ ପାଳନ କରିବା ଉଚିତ ।’’

ମନ୍ତ୍ରୀ ଆହୁରି କହିଛନ୍ତି ଅଗଷ୍ଟ 1975 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦ ଭବନର ଏନେକ୍ସୀ ଉଦଘାଟନ କରିଥିଲେ । 1987 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦ ଭବନର ଲାଇବ୍ରେରୀ ଉଦଘାଟନ କରିଥିଲେ । ଆପଣଙ୍କ (କଂଗ୍ରେସ) ସରକାର ଯଦି ସଂସଦର ସବୁ ଉଦଘାଟନ କରିପାରିବେ, ଆମ ସରକାରର ମୁଖ୍ୟ (ପ୍ରଧାନମନ୍ତ୍ରୀ) କାହିଁକି ଉଦଘାଟନ କରିପାରିବେ ନାହିଁ ?

ଅନ୍ୟପଟେ କଂଗ୍ରେସ ନେତୃତ୍ବରେ 19 ରୁ ଅଧିକ ରାଜନୈତିକ ଦଳ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଘୋଷଣା କରିଥିବା ବେଳେ, ଏନଡିଏ ବ୍ୟତୀତ କିଛି ଅଣ ଏନଡିଏ ରାଜନୈତିକ ଦଳ ଉଦଘାଟନ ଉତ୍ସବରେ ସାମିଲ ହେବାକୁ ଘୋଷଣା କରିଛନ୍ତି ।

ABOUT THE AUTHOR

...view details