ଗାନ୍ଧୀନଗର:କେନ୍ଦ୍ର ସରକାର ଗୁଜୁରାଟର ୧୬୦୦ କିମି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାର ଦାୟିତ୍ବ ଭାରତୀୟ ତଟରକ୍ଷୀ ବାହିନୀକୁ ଦେଇଛନ୍ତି । ୨୦୨୧ ମସିହାଠାରୁ ଗୁଜୁରାଟ ସମେତ ଦେଶକୁ ସୁରକ୍ଷା ଦେଉଥିବା ତଟରକ୍ଷୀ ବାହିନୀରେ ଏକ ନୂତନ ୱିଙ୍ଗ ଯୋଡି ହୋଇଛି । ଯାହାର ନାମ 'ସଜଗ' । ଗୋଆ ସିପୟାର୍ଡରେ ନିର୍ମିତ ହୋଇଥିବାରୁ ଏହା ଭାରତରେ ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇଥିବା କୁହାଯାଉଛି ।
ଏ ନେଇ ଜାହାଜର କମାଣ୍ଡିଂ ଅଫିସର ଏସ.ଆର ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ସଜଗ ଜାହାଜର (Sajag Ship) ଲମ୍ବ ୧୦୫ ମିଟର । ଏଥିରେ ୨ଟି ଇଞ୍ଜିନ ଥିବା ହେଲିକପ୍ଟର ମଧ୍ୟ ପରିବହନ କରିବାର କ୍ଷମତା ରହିଛି । ଜାହାଜରେ ଉନ୍ନତ ଜ୍ଞାନକୌଶଳ ଏବଂ ନାଭିଗେସନ ଟେକ୍ନୋଲୋଜି ରହିଛି । ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ମଧ୍ୟ ସୁବିଧା ରହିଛି । ଆଣ୍ଟି-ପାୟରସି (anti-piracy), ଆଣ୍ଟି-କଣ୍ଟ୍ରୋଲ୍, ପ୍ରଦୂଷଣ ନିୟନ୍ତ୍ରଣ, ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସଜଗ ଜାହାଜ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଛି ।
ସ୍ବଦେଶୀ 'ସଜଗ'
ସଜଗ ଜାହାଜ ସ୍ବଦେଶୀ ଭାବରେ ନିର୍ମିତ ହୋଇଛି । ଜାହାଜଟି ଗୋଆ ସିପିୟାର୍ଡରେ ନିର୍ମିତ ହୋଇଥିବାବେଳେ ଜାହାଜରେ ଯେକୌଣସି ଉପକରଣ ବ୍ୟବହାର କରାଯାଇଛି, ସେଗୁଡ଼ିକ ମେଡ଼ ଇନ ଇଣ୍ଡିଆ ବା ଭାରତରେ ନିର୍ମିତ ହୋଇଛି । ସମଗ୍ର ବିଶ୍ବରେ କେବଳ ଭାରତର ଏପରି ଜାହାଜ ରହିଛି । ସଜଗ ଜାହାଜର କମାଣ୍ଡର ଜି. ମଣିକୁମାର କହିଛନ୍ତି, "ଏଭଳି ଜାହାଜ ସମଗ୍ର ବିଶ୍ବରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ଏହି ଜାହାଜ ବର୍ତ୍ତମାନ କେବଳ ଭାରତରେ ରହିଛି । ଜାହାଜଟି ବହୁତ ଉନ୍ନତ ଜ୍ଞାନକୌଶଳ ସହିତ ନିର୍ମାଣ କରାଯାଇଛି । ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କରେ ମଧ୍ୟ ଏହି ପ୍ରକାରର ଜାହାଜ ନାହିଁ । ଗତ ଦେଢ ବର୍ଷରେ ଏହି ଜାହାଜଟି ବିଭିନ୍ନ ଅସୁବିଧାର ଦୃଢାତର ସହିତ ସାମନା କରିଛି ।