ନୂଆଦିଲ୍ଲୀ: ମୋଦିଙ୍କ ଟିମ୍ରେ ନିଜ ଫିଟ୍ନେସକୁ ନେଇ ସବୁଠୁ ଆଗରେ ରହିଥିବା ଆଇନ ମନ୍ତ୍ରୀ ଏବେ ଡ୍ୟାନ୍ସ କରି ଦେଖାଇଛନ୍ତି କମାଲ । କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ପ୍ରକଳ୍ପ ତଦାରଖ ରଖିବା ପାଇଁ କାଜାଲାଙ୍ଗ ଗାଁ ଗସ୍ତ ଅବସରରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି ମନ୍ତ୍ରୀ ରିଜିଜୁ । ମୂଳ ଲୋକଗୀତ ଏବଂ ନୃତ୍ୟ ହେଉଛି ଅରୁଣାଚଳ ପ୍ରଦେଶର ପ୍ରତ୍ୟେକ ସମ୍ପ୍ରଦାୟର ସାରାଂଶ ବୋଲି କହିଛନ୍ତି ରିଜିଜୁ ।
କିରଣ ରିଜିଜୁଙ୍କ ନୃତ୍ୟକୁ ବେଶ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭିଡିଓକୁ ରିଟ୍ବିଟ କରି ଲେଖଇଛନ୍ତି, ଆମର ଆଇନ ମନ୍ତ୍ରୀ କିରଣ ରିଜିଜୁ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ! ଅରୁଣାଚଳ ପ୍ରଦେଶର ଜୀବନ୍ତ ଏବଂ ଗୌରବମୟ ସଂସ୍କୃତି ଦେଖି ଭଲ ଲାଗିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାପୂର୍ବରୁ କ୍ରୀଡାମନ୍ତ୍ରୀ ଥିବା ସମୟରେ ମଧ୍ୟ ନିଜ ଫିଟ୍ନେସକୁ ନେଇ ବେଶ ପରିଚିତ ଥିଲେ କିରଣ ରିଜିଜୁ । ଅଗଷ୍ଟ 29 ତାରିଖରେ ଦେଶ ପାଳିଥିଲା 'ଜାତୀୟ କ୍ରୀଡା ଦିବସ' । ଏହି ଅବସରରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଲଞ୍ଚ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆରେ ଏବେ ଖୁବ ଲୋକପ୍ରିୟ ହୋଇଥିଲା 'ବଟଲକ୍ୟାପ ଚ୍ୟାଲେଞ୍ଜ' । ଆଉ ଏହାକୁ ଗ୍ରହଣ କରି ସମାନ ଢଙ୍ଗରେ ଗୋଡ ବୁଲାଇ ବଟଲର ଠିପି ଖୋଲିବାକୁ ସକ୍ଷମ ହୋଇଥିଲେ । ଏହି ଭିଡିଓଟିକୁ ରିଜିଜୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ଫିଟ୍ନେସର ବାର୍ତ୍ତା ଦେଇଥିଲେ ।