ଓଡିଶା

odisha

ETV Bharat / bharat

କଂଗ୍ରେସ ପାଇଁ ଶୁଭଙ୍କର ଖଡଗେ ! ହିମାଚଳ ପରେ କର୍ଣ୍ଣାଟକରେ ଦଳକୁ ଦେଲେ କ୍ଷମତା - କର୍ଣ୍ଣାଟକ ଫଳାଫଳ

ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ହାଇକମାଣ୍ଡ ହେବା ପରେ ଦଳ ଦଖଲ କଲାଣି ଦୁଇଟି ରାଜ୍ୟ । ହିମାଚଳ ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ ସରକାର । ଅଧିକ ପଢନ୍ତୁ

କଂଗ୍ରେସ ପାଇଁ ଶୁଭଙ୍କର ଖାଡଗେ ! ହିମାଚଳ ପରେ କର୍ଣ୍ଣାଟକରେ ଦେଲେ କ୍ଷମତା
କଂଗ୍ରେସ ପାଇଁ ଶୁଭଙ୍କର ଖାଡଗେ ! ହିମାଚଳ ପରେ କର୍ଣ୍ଣାଟକରେ ଦେଲେ କ୍ଷମତା

By

Published : May 14, 2023, 4:47 PM IST

Updated : May 14, 2023, 5:01 PM IST

ନୂଆଦିଲ୍ଲୀ:କର୍ଣ୍ଣାଟକରେ ଦଳର ଐତିହାସିକ ବିଜୟ ପରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଚର୍ଚ୍ଚା । କାରଣ ଖଡଗେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ମାତ୍ର କେଇମାସ ହୋଇଥିଲା ବେଳେ, ଦଳ ଦୁଇଟି ରାଜ୍ୟରେ ବିଜେପିକୁ ମାତ ଦେଇ ଶାସନ କ୍ଷମତା ହାତେଇବାରେ ସଫଳ ହୋଇଛି । ଖଡଗେ ଗତବର୍ଷ (2022) ଅକ୍ଟୋବର 26 ତାରିଖରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତାର ମାତ୍ର କିଛି ମାସ ପରେ (ଡିସେମ୍ବର 8 ରେ) ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ଖଡଗେଙ୍କ ନେତୃତ୍ବରେ ଲଢ଼ିଥିବା କଂଗ୍ରେସ ବିଜେପିକୁ ବେଦଖଲ କରି କ୍ଷମତା ଅକ୍ତିଆର କରିବାରେ ସଫଳ ହୋଇଥିଲା ।

ତାର ମାତ୍ର 6 ମାସ ପରେ ପୁଣି ଥରେ ଦଳକୁ ବିଶାଳ ବିଜୟର ସ୍ବାଦ ଚଖାଇଛନ୍ତି ଖଡଗେ । କର୍ଣ୍ଣାଟକରେ କଡା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଶାସକ ବିଜେପିକୁ ମାତ୍‌ ଦେଇ କ୍ଷମତାରୁ ବାହାରକୁ ରାସ୍ତା ଦେଖାଇଛି କଂଗ୍ରେସ । ଏହି ନିର୍ବାଚନୀ ମୈଦାନରେ ଦଳକୁ ଖଡ୍‌ଗେ ହିଁ ନେତୃତ୍ବ ପ୍ରଦାନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ ଖଡଗେ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଚୟନ କରିବାଠାରୁ ଆରମ୍ଭ କରି ଇସ୍ତାହାର ଘୋଷଣା ଓ ରାଜ୍ୟବ୍ୟାପୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା, ସବୁଥିରେ ଖଡଗେଙ୍କର ଥିଲା ଗୁରୁତୂପୂର୍ଣ୍ଣ ଭୂମିକା । ଦଳରେ ମୁଖ୍ୟମନ୍ତ୍ରୀ ପାଇଁ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରଛନ୍ନ ପ୍ରତିଯୋଗିତା ଥିବା ସତ୍ତ୍ବେ ମଧ୍ୟ ଦଳ କେବଳ ସ୍ଥାନୀୟ ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ବିଜେପି ବିରୋଧରେ ଖଡଗେଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇଥିଲା ।

2024 ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତର ପ୍ରବେଶ ଦ୍ବାର କୁହାଯାଉଥିବା ତଥା ଏକମାତ୍ର ବିଜେପି ଶାସିତ ଦକ୍ଷିଣ ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିଛି । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ଏହି 80 ବର୍ଷୀୟ ହାଇକମାଣ୍ଡ ନିଜ ଗୃହରାଜ୍ୟ କର୍ଣ୍ଣାଟକରେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରି ମାରାଥନ ପ୍ରଚାର କରିଥିଲେ । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ 36ଟି ଜନସଭାକୁ ସମ୍ବୋଧିତ କରି ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ଶାସନରେ ଥିବା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲେ । ନିଜେ ଦଳିତ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଖଡଗେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଦଳିତ ସମ୍ପ୍ରଦାୟ ମଧ୍ୟରେ କଂଗ୍ରେସକୁ ନେଇ ଏକ ସକରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିବା ଚର୍ଚ୍ଚା ହୁଏ ।

ଏବେ କର୍ଣ୍ଣାଟକ ବିଜୟ କଂଗ୍ରେସ ପାଇଁ ନୂତନ ସଞ୍ଜିବନୀ ସଦୃଶ୍ୟ ହୋଇଛି । ଦେଶବ୍ୟାପି କଂଗ୍ରେସ କାର୍ଯ୍ୟକର୍ତ୍ତା ଏହି ଐତିହାସିକ ବିଜୟରେ ବେଶ ଉତ୍ସାହରେ ଥିବା ପରି ନଜର ଆସୁଛନ୍ତି । ଗତକାଲି ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଆସିବା ପରେ ବିଭିନ୍ନ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଥିଲା । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସର ଏକ ବଡ଼ ବିଜୟ । ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଅଣ୍ଟା ଭିଡିଲାଣି । ସ୍ଥାନୀୟ ପ୍ରସଙ୍ଗ ଓ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ପାଖକୁ ଯିବ ଓ ବିଜେପିକୁ କଡା ଯବାବ ଦେବ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ହେବାକୁ ଥିବା ବହୁପ୍ରତୀକ୍ଷିତ 2024 ସାଧାରଣ ନିର୍ବାଚନ ମଧ୍ୟ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଲଢିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 14, 2023, 5:01 PM IST

ABOUT THE AUTHOR

...view details