ଓଡିଶା

odisha

Nipah virus: ନିପାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଅଣ୍ଟା ଭିଡ଼ିଲା କେରଳ

By

Published : Sep 6, 2021, 5:02 PM IST

କୋରୋନା ମହାମାରୀ ମଧ୍ୟରେ ଆଉ ଏକ ଭାଇରସ କେରଳ ସରକାରଙ୍କ ମୁଣ୍ଡବିଧାର କାରଣ ପାଲଟିଛି । ରବିବାର ଏହି ଭାଇରସରେ ଆକ୍ରାନ୍ତ ହୋଇ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ଘଟିବା ପରେ ଏହାର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେରଳ ସରକାର । ଅଧିକ ପଢନ୍ତୁ...

Nipah virusର ଉତ୍ପତ୍ତି ସ୍ଥଳ ଖୋଜିବାକୁ ଅଣ୍ଟା ଭିଡ଼ିଲା କେରଳ
Nipah virusର ଉତ୍ପତ୍ତି ସ୍ଥଳ ଖୋଜିବାକୁ ଅଣ୍ଟା ଭିଡ଼ିଲା କେରଳ

ଥିରୁଅନନ୍ତପୁରମ:କେରଳରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ୧୨ ବର୍ଷ ନାବାଳକର ମୃତ୍ୟୁ ପରେ ତତ୍ପର ହୋଇଉଠିଛନ୍ତି କେରଳ ସରକାର । ନିପା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏହାର ଉତ୍ପତ୍ତିସ୍ଥଳ ଖୋଜିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । କୋରୋନା ମହାମାରୀ ମଧ୍ୟରେ ଏପରି ଆଉ ଏକ ଭାଇରସ ଆଗମନରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କଣ୍ଟାକ୍ଟ ଟ୍ରେସିଂ ଓ ସଂକ୍ରମଣର ଉତ୍ସ ସମ୍ପର୍କରେ ଜାଣିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନାବାଳକର ସଂସ୍ପର୍ଶରେ ଅନ୍ୟମାନେ ଆସିଥିବାର ସମ୍ଭାବନା ରହିଛି । ଏଥିଲାଗି ନାବାଳକ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ମଗାଯାଇଛି । ତନ୍ମଧ୍ୟରୁ ପ୍ରାୟ ୭ ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି(NIV)କୁ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହିତ ଫିଲ୍ଡ ୱାର୍କରଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଉଛି । ଭାଇରସର ଉତ୍ପତ୍ତି ସ୍ଥଳ ଜାଣିବା ବର୍ତ୍ତମାନ ଜୁରରୀ ହୋଇପଡ଼ିଛି ।

ଏହା ବି ପଢନ୍ତୁ: କେରଳରେ ହାଇ ଆଲର୍ଟ, ପୁଣି ଫେରିଲା ନିପା ଭାଇରସ

ଏହାସହିତ ମୃତ ନାବାଳକ ପ୍ରଥମେ କେଉଁଠାରୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲା ବା ଏହାର ଉତ୍ସ ସମ୍ପର୍କରେ ଫିଲ୍ଡ ୱାର୍କରମାନେ ଯାଞ୍ଚ କରୁଛନ୍ତି । ମୃତ ନାବାଳକ ସଂସ୍ପର୍ଶରେ ଆସିଥିବା ୧୮୮ ଜଣଙ୍କୁ ଗତ ରବିବାର ଚିହ୍ନଟ କରାଯାଇଛି । ଆହୁରି ଅନେକ ମଧ୍ୟ ସଂସ୍ପର୍ଶରେ ଆସିଥିବାର ସମ୍ଭାବନା ରହିଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ ଜାରି ରହିଛି । ଛଥାମଙ୍ଗଲମ ପଞ୍ଚାୟତର ଅନେକ ସ୍ଥାନକୁ ଯାଇ ପଶୁପାଳନ ବିଭାଗ ଯାଞ୍ଚ କରୁଛି । ସେପଟେ ଏକ ଟିମ ମୃତ ନାବାଳକ ଘରକୁ ଯାଇ ଗୃହପାଳିତ ପଶୁଙ୍କ ମଧ୍ୟ ନମୁନା ସଂଗ୍ରହ କରିଛି । ମୃତ ନାବାଳକର ଘରର ଆଖପାଖ ବାଦୁ଼ଡ଼ିର ଡ୍ରପିଙ୍ଗସ, ମୂତ୍ର ଓ କ୍ଷରଣ ହେଉଥିବା ପଦାର୍ଥକୁ ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏହି ନିପା ଭାଇରସର ପରୀକ୍ଷା କରିବା ପାଇଁ ପୁଣେ ସ୍ବତନ୍ତ୍ର ଲ୍ୟାବ ପ୍ରସ୍ତୁତ ହୋଇଛି । ମୃତ ନାବାଳକ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପଜିଟିଭ ଆସିଲେ ଏହାକୁ ଆଉ ଥରେ ପରୀକ୍ଷା କରିବା ପାଇଁ ପୁଣେ ପଠାଯିବ । ୧୨ଘଣ୍ଟା ପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟକୁ ଅବଜରଭେସନରେ ରଖାଯିବ ବୋଲି ସେ କହିଛନ୍ତି । କେରଳରେ ଆଉ ୨ ଜଣ ସ୍ବାସ୍ଥ୍ୟକର୍ମୀ ଗତ ରବିବାର ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ତେବେ ସୂଚନା ଥାଉ କି ମୃତ୍ୟୁବରଣ କରିଥିବା ନାବାଳକକୁ ଗତ ଅଗଷ୍ଟ ୨୭ ତାରିଖରେ ଜ୍ବର ହୋଇଥିଲା । ଏହାପରେ ତାକୁ କୋଝିକୋଡ଼ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନଥିବାରୁ ପୁଣି ଅନ୍ୟ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ନାବାଳକର ମୃତ୍ୟୁ ଘଟିଛି । ଭାଇରସ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ମୃତ ନାବାଳକର ନମୁନାକୁ ପୁଣେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି ।

ଗତ ୨୦୧୮ ମସିହାରେ କୋଝିକୋଡ ଜିଲ୍ଲାରେ ପ୍ରଥମ ନିପା ଭାଇରସ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ କେରଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details