ଓଡିଶା

odisha

ETV Bharat / bharat

ସିସୋଦିଆଙ୍କୁ ଭାରତ ରତ୍ନ ପରେ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିବେ କେଜ୍ରିଓ୍ବାଲ

ସିସୋଦିଆଙ୍କ ପାଇଁ ଭାରତ ରତ୍ନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ପାଇଁ ନୋବେଲ ପୁରଷ୍କାର ଦାବି କରିବେ ବୋଲି କହିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ । ଅଧିକ ପଢନ୍ତୁ

ସିସୋଦିଆଙ୍କୁ ଭାରତ ରତ୍ନ ପରେ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିବେ କେଜ୍ରିଓ୍ବାଲ, BJP
ସିସୋଦିଆଙ୍କୁ ଭାରତ ରତ୍ନ ପରେ ନିଜ ପାଇଁ ନୋବେଲ ପୁରସ୍କାର ଦାବି କରିବେ କେଜ୍ରିଓ୍ବାଲ, BJP

By

Published : Aug 23, 2022, 1:34 PM IST

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲରେ ଆପ ନେତା ଛନ୍ଦି ହୋଇ(Delhi Liquor Scam) କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପରେ ବିଜେପି ଓ ଆପ ମଧ୍ୟରେ ତିବ୍ର ହୋଇଛି ଆରୋପ ପ୍ରତ୍ୟାରୋପ । ସୋମବାର କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିବା ସହ ସିସୋଦିଆଙ୍କୁ ଭାରତ ରତ୍ନ ମିଳିବା ଆବଶ୍ୟକ ବୋଲି କହିଥିଲେ । ଏହାକୁ କଟାକ୍ଷ କରିଛି ବିଜେପି । ଭାରତ ରତ୍ନପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ପାଇଁ ନୋବେଲ ପୁରଷ୍କାର ଦାବି କରିବେ ବୋଲି କହିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ।

ଏନେଇ ବିଜେପି ସାଧାରଣ ସମ୍ପାଦକ ଟ୍ବିଟ କରି କହିଛନ୍ତି, ''ଯେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କୁ ପଦ୍ମ ବିଭୂଷଣ, ମନୀଷ ସିସୋଦିଆଙ୍କୁ ଭାରତ ରତ୍ନ ଓ ଏହାପରେ ନିଜ ପାଇଁ ନୋବେଲ ପୁରସ୍କାର ପ୍ରଦାନ ନେଇ ଦାବି କରିବେ ବୋଲି କହିଛନ୍ତି ବିଏଲ ସନ୍ତୋଷ ।"

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ଫେଲ ମାରିଛି Operation lotus, ସିସୋଦିଆଙ୍କୁ ଭରତରତ୍ନ ମିଳିବା ଉଚିତ କହିଲେ କେଜ୍ରିଓ୍ୱାଲ

ସୋମବାର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । AAP ଛାଡି BJPରେ ସାମିଲ ହେଲେ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ମାମଲାର ତଦନ୍ତକୁ ବନ୍ଦ କରାଯିବ ବୋଲି ବିଜେପି ପକ୍ଷରୁ ପ୍ରସ୍ତାବ ଆସିଥିବା ସିସୋଦିଆ କହିଥିଲେ । ଏପରି ନକରିବାରୁ ତାଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ସେ ଅଭିଯୋଗ କରିଥିଲେ ।

ଏହାର କିଛି ସମୟ ପରେ କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିବା ସହ ସିସୋଦିଆଙ୍କୁ ଭାରତ ରତ୍ନ ମିଳିବା ଆବଶ୍ୟକ ବୋଲି କହିଥିଲେ । ଭାରତରତ୍ନ ପାଇବା ପାଇଁ ସିସୋଦିଆ ସମ୍ପୂର୍ଣ୍ଣ ଯୋଗ୍ୟ । ସିସୋଦିଆ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମଧ୍ୟ । ତାଙ୍କ ନେତୃତ୍ବରେ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିଛି । ସେ ଭାରତରତ୍ନ ପାଇବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ କିନ୍ତୁ, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହଇରାଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଥିଲେ ।

ABOUT THE AUTHOR

...view details