କେଦାରନାଥ:ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି କେଦାରନାଥ ଧାମ । ଏନେଇ ପୁରା ମନ୍ଦିରରକୁ ୧୨ କୁଇଣ୍ଟାଲ ଫୁଲରେ ସଜ୍ଜିତ କରାଯାଇଛି । ସକାଳ ୬.୨୫ ମନିଟ ସମୟରେ କେଦାରନାଥଙ୍କ ଦ୍ବାର ଫିଟା ଯାଇଥିଲା ।
ଦ୍ବାର ଫିଟା ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ଉପସ୍ଥିତ ଥିଲେ । କେଦାରନାଥଙ୍କର ପଞ୍ଚମୁଖ ଉତ୍ସବ ଡୋଲି(Panchmukhi Utsav Doli of Kedarnath )ଗୌରୀ କୁଣ୍ତ ଛାଡି କେଦାରପୁରୀରେ ପହଞ୍ଚିଛି ।
Kedarnath Temple opens; 12 କ୍ବିଣ୍ଟାଲ ଫୁଲରେ ସୁସଜ୍ଜିତ ହୋଇଛି ମନ୍ଦିର ସୂଚନା ଅନୁସାରେ, କେଦାରନାଥଙ୍କର ପଞ୍ଚମୁଖ ଉତ୍ସବ ଡୋଲି ଗୁରୁବାର ସକାଳ ୯.୦୦ ଟାରେ ଗୌରୀକୁଣ୍ଡରେ ଥିବା ଗୌରୀ ମଇ ମନ୍ଦିର(Gauri Mai temple)ରୁ ବାହାରିଥିଲା । ପରେ ଜଙ୍ଗଲେଚାଟି(Junglechatti), ଲିଞ୍ଚୋଲି ସମେତ ବିଭିନ୍ନ ସ୍ଥାନ ଦେଇ କେଦାରନାଥ ଧାମରେ ପହଞ୍ଚିଥିଲା ।
ଡୋଲି ସହ ହଜାର ହଜାର ଭକ୍ତ ମଧ୍ୟ ଧାମରେ ପହଞ୍ଚିଥିଲେ । ବାବାଙ୍କ ଡୋଲି ମନ୍ଦିର ପରିସରରେ ପହଞ୍ଚିବା ମାତ୍ରେ ହର ହର ମହାଦେବଙ୍କ ନାଁରେ କମ୍ପି ଉଠିଥିଲା ପୁରା ପରିବେଶ । ଏଥର ବହୁ ସଂଖ୍ୟାରେ ଭକ୍ତ କେଦାରନାଥ ଦର୍ଶନରେ ଆସିବେ ବୋଲି ବୋଲି ଆଶା କରାଯାଉଛି । ଜୁନ୍ ୨୦ ପର୍ଯ୍ୟନ୍ତ କେଦାରନାଥ ସମେତ କେଦାର ଘାଟିରେ ସମସ୍ତ ହୋଟେଲ, ଲଜ ବୁକ୍ କରାଯାଇଛି ।
ଏଥର କେଦାରନାଥ ରାସ୍ତାରେ ମଧ୍ୟ ପାଖାପାଖି ୧୨ ହଜାର ଘୋଡା ଓ ଗଧ ଚାଲିବେ ବୋଲି ପଞ୍ଜିକୃତ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରୀ ମାର୍ଗରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ