ଡେରାଡୁନ:ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ଆଜି ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥାବାବେଳେ 6 ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି ।
ବନ୍ଦ ହେଲା କେଦାରନାଥ ପୀଠ କପାଟ 11 ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ ଧାମ ଭାବେ ବିଶ୍ବ ବିଖ୍ୟାତ କେଦାରନାଥ ପୀଠକୁ ସକାଳ 8.30ରେ ବନ୍ଦ କରାଯାଇଛି । ନିତି ନିୟମ ଅନୁସାରେ ପୂଜାର୍ଚ୍ଚନା କରି କପାଟକୁ ବନ୍ଦ କରିଦିଆଯାଇଛି ।
ଏହି ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସହିତ ଦେବସ୍ଥାନମ୍ ବୋର୍ଡର କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ରବିବାରଠୁ ଏଠାକୁ ଆସିଥିବା ଦୁଇ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଥିବାବେଳେ କେଦାରପୁରୀରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ସୂଚନା ଥାଉକି, ଗଙ୍ଗୋତ୍ରୀ ଧାମର କପାଟ ନଭେମ୍ବର 15 ତାରିଖରେ ବନ୍ଦ ହୋଇଥିବାବେଳେ ଯମୁନେତ୍ରୀ ଧାମର କପାଟ ଆଜି 12ଟା 15ରେ ବନ୍ଦ କରାଯିବ । ସେହିପରି ବଦ୍ରିନାଥ ଧାମର କପାଟ ନଭେମ୍ବର 19 ତାରିଖ 3.35ରେ ବନ୍ଦ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ